News
lipub
samparksetu

ନିଆଁ ପାଣିରୁ ବଞ୍ଚିତ ପରିବାର

ନିଆଁ ପାଣିରୁ ବଞ୍ଚିତ ପରିବାର l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ର ୯ନମ୍ବର ୱାର୍ଡ ରୁପାଳି ଗ୍ରାମରେ, ଘଟଣା ସୂତ୍ରରୁ ପ୍ରକାଶ, ଉକ୍ତ ଗ୍ରାମର ମନ୍ଦର ନାଏକଙ୍କ ପୁଅ ବିବାହ କୁ ନେଇ ଜାତି ସମାଜ କଥା ଉଠିଥିଲା, ଯାହା ଫଳରେ ମନ୍ଦର ନାଏକ ଙ୍କୁ ଦଶ ହଜାର ଟଙ୍କା ସହ ଭୋଜି ଜୋରିମାନା ସମାଜ କରିଥିଲା ।

ଫଳରେ ମନ୍ଦର ନାଏକ ସମାଜରେ କହିଥିଲେ କି , ମୁଁ ଆଜ୍ଞା ଦଶ ହଜାର ଟଙ୍କା ଦେଇ ପାରିବିନି ଭୋଜି ଦେବି, ଏହା କହିବାରୁ ଗ୍ରାମ ସମାଜର ସଭାପତି କହିଥିଲେ କି ତୁ ଭୋଜି ଦେବୁନାହିଁ, ଟଙ୍କା ଦବୁ,ଯଦି ଟଙ୍କା ନଦବୁ ତୁ ଆମ ଗ୍ରାମ ସମାଜ ଠାରୁ ବାଛନ୍ଦ ରହିବୁ ।

ଏଭଳି ଏକ ପରିବାରକୁ ଦଣ୍ଡ ଦବା ଦ୍ବାରା ଯାହାକି ନିଆଁ ପାଣି ଏମିତି ରାସ୍ତାରେ ମଧ୍ୟ ଚାଲି ପାରିବୁ ନାହିଁ ।ଏଭଳି ଦଣ୍ଡ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ। ଯାହା ଦ୍ବାରା ୧୬ଗୋଟି ହରିଜନ ସମାଜ ଏଭଳି ଦଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି।

ଉକ୍ତ ଘଟଣା କୁ ନେଇ ୧୬ଗୋଟି ହରିଜନ ସମାଜର ଏକ ବୈଠକ ମଧ୍ୟ ବସିଥିଲା , କିନ୍ତୁ ବଡ଼ ଦୁଃଖର ବିଷୟ ରୁପାଳି ଗ୍ରାମର କିଛି ମଦ୍ୟପ ଖଳ ପ୍ରକୃତିର ଲୋକ ନେଇ ଉକ୍ତ ସଭାରେ ଗଣ୍ଡଗୋଳ କରାଇ ସଭା ଭଙ୍ଗ କରାଇଥିଲେ ।

ଏଭଳି ଘଟଣାକୁ ନେଇ ସରକୋଲ ସମାଜର ନିୟମ ମାନି ମନ୍ଦର ନାଏକ ଙ୍କ ପୁଅ ଗୋବିନ୍ଦ ନାଏକ ହିନ୍ଦୋଳ ଥାନାରେ ଏକ ଏତଲା ଦେଇଛନ୍ତି ବୋଲି କହିଛନ୍ତି ଗୋବିନ୍ଦ, ଉକ୍ତ ଘଟଣା କୁ ନେଇ ନ୍ୟାୟ ନମିଳିଲେ ଆଗାମି ଦିନରେ ହିନ୍ଦୋଳ ୧୬ ଗୋଟି ହରିଜନ ସମାଜ,ରାଜ ରାସ୍ତା କୁ ଓହ୍ଲାଇବାକୁ ସଜବାଜ ହେଉଥିବାର ଜଣାପଡିଛି ।

new life
You might also like
error: Content is protected !!