News
lipub
samparksetu

ଟର୍ଚ୍ଚ ମାରି ହେଉଛି ରୋଗୀ ସେବା,ଅନ୍ଧାରରେ ସୋଲାର ପ୍ରକଳ୍ପ

ଢେଙ୍କାନାଳ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ବିଜୁଳି ବ୍ୟବସ୍ଥା ନାହିଁ ।

କେତେବେଳେ ଡାକ୍ତରମାନେ ଟର୍ଚ୍ଚ ଲାଇଟ ତ କେତେବେଳେ ମୋବାଇଲ ଲାଇଟରେ ଚିକିତ୍ସା କରିବା ଘଟଣା ଜିଲ୍ଲାରେ ଅଧିକାଂଶସମୟରେ ଦେଖିବାକୁ ମିଳୁଛି । ବିଦ୍ୟୁତ ବିଭ୍ରାଟକୁ ଦୂର କରିବା ପାଇଁ ସୋଲାର ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ ହେଉଛି । ଢେଙ୍କାନାଳ ଜିଲ୍ଲାରେ ୨୧୨ଟି ପଞ୍ଚାୟତ ସହିତ ୮ଟି ବ୍ଲକରେ ୨୦୧୧ଜନଗଣନା ଅନୁସାରେ ଜିଲ୍ଲାରେ ପ୍ରାୟ ୧୧ ଲକ୍ଷ ୯୨ ହଜାର ୯୪୮ ଜନସଂଖ୍ୟା ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୬ଲକ୍ଷ ୧୨ ହଜାର ୫୯୭ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ପ୍ରାୟ ୫ଲକ୍ଷ ୮୦ ହଜାର ୩୫୧ ରହିଥିବାର ଜଣାପଡିଛି ।

ଜିଲ୍ଲାରେ ଉପଖଣ୍ଡ ଚିକିତ୍ସାଳୟ ୨ଟି ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୦ ଟି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୩୩ଟି , ଅନ୍ୟାନ୍ୟ ଚିକିତ୍ସାଳୟ ୪ଟି, ଏପରି ମୋଟ ୨୧୭ଟି ବିଭିନ୍ନ ଚିକିତ୍ସାଳୟ ରହିଛି । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ୩ଟି ଶଯ୍ୟା ରହିଥିବା ବେଳେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ୬୩ଟି ଶଯ୍ୟା, ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ୫୦ଟି ଶଯ୍ୟା, ବେଲଟକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଟି ଶଯ୍ୟା, ଓଡାପଡାରେ ୬ଟି ଶଯ୍ୟା, ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ଟି ଶଯ୍ୟା, କଙ୍କଡାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଟି ଶଯ୍ୟା, ଗଁଦିଆ ବ୍ଲକ ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬ଟି ଶଯ୍ୟା, ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଟି ଶଯ୍ୟା, ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬ଟି ଶଯ୍ୟା, ଭୁବନରେ ୩୫ଟି ଶଯ୍ୟା, ମଠକରଗୋଳାରେ ୧୬ଟି ଶଯ୍ୟା, ଜିରାଳରେ ୧୬ଟି ଶଯ୍ୟା, ବିରାଶାଳରେ ୬ଟି ଶଯ୍ୟା ସହିତ ଅନ୍ୟ ସରକାରୀ ଚିକିତ୍ସାଳୟ ମେରାମୁଣ୍ଡଳୀରେ ୬ଟି , ଭାପୁରରେ ୬ଟି, ମହାବିରୋଡ ରେ ୬ଟି ଶଯ୍ୟା ରହିଛି ।

ଏହିସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୌର ଚାଳତି ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଯୋଜନା କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଧିରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉଦାସୀନ ମନୋଭାବ ହେତୁ ବର୍ତ୍ତମାନ ସୁଦ୍ଧା ଏହା ହୋଇପାରିନାହିଁ ।

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସୌର ଚାଳିତ ବିଦ୍ୟୁତ ସେବା ପାଇଁ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ଆରମ୍ଭ କରାଯାଇନଥିବା ଜଣାପଡିଛି । ଏହିସବୁ ଚିକିତ୍ସାଳୟରେ ସାଧାରଣ ବର୍ଷା କିମ୍ବା ପବନ ହେଲାମାତ୍ରେ ଓ ଗ୍ରୀଷ୍ମ ଋତୁରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହୋଇଥାଏ । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେଜରୁରୀ କାଳୀନ ସେବା ବ୍ୟାହତ ହେବା ସହତି ଡାକ୍ତରମାନେ ଅନ୍ୟ ଉପାୟ ନପାଇ ମୋବାଇଲ ,ଟର୍ଚ୍ଚ ଲାଇଟ, ମାଧ୍ୟମରେ ରୋଗୀସେବା ପ୍ରଦାନ କରିବାରେ ନଜିର ରହିଛି ।କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ କିମ୍ବା ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ବିଦ୍ୟୁତ ନଥିଲେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବପର ହେଉନାହିଁ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାଦ ଦେଲେ ଅନ୍ୟ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ୍ ସେବା ନଥିବାର ଜଣାପଡିଛି । ଶ୍ରୀମୂଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ସୋଲାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାର ସୂଚନା ରହିଛି । ତେବେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସାଧାରଣ ରେ ଦାବି ହେଉଛି ।

new life
You might also like
error: Content is protected !!