News
lipub
samparksetu

ପ୍ରତିଶ୍ରୁତି

ଜହ୍ନକୁ ମାଗିଲି ଟିକିଏ ଜ୍ୟୋସ୍ନା
      ଚାଲିଗଲା ପ୍ରତିଶ୍ରୁତି ଦେଇ
   ରାତିକୁ ମାଗିଲି ଟିକିଏ ସ୍ୱପ୍ନ
     ଗଲା ରାତି ନୀରବରେ ଚାହିଁ ଚାହିଁ
   ସାଗରକୁ ମାଗିଲି ଟିକିଏ ଲହରୀ
    ବହିଗଲା ହସହସ ହେଇ!

ଫଗୁଣକୁ ମାଗିଲି କୋଇଲିର କୁହୁ
   ଚାଲିଗଲା ଆରଥରକୁ କହି…
ମହୁମାଛିକୁ ମାଗିଲି ଟିକିଏ ମଧୁ
  ଉଡ଼ିଗଲା ଗୁଣୁ ଗୁଣୁ ହେଇ…
ଫୁଲକୁ ମାଗିଲି ଟିକିଏ ବାସ୍ନା…
   
ଝଡ଼ିଗଲା ଦେବ ବୋଲି କହି!
କାଳିଆକୁ ମାଗିଲି ଟିକିଏ ସୁଖ..
ପଥର ପରି ସେ ଶୁଣିଲେ ହିଁ ନାହିଁ…
ସୂଯ୍ୟକୁ ମାଗିଲି କିରଣ ଟିକେ
ଲୁଚିଗଲା ଅନ୍ଧକାର ଦେଇ!
ତୁମକୁ ମାଗିଥିଲି ମମତାରୁ କାଣିଚାଏ
   ଦୁରେଇ ଦେଲ ମୋତେ କଣ ପାଇଁ…..

✍️ଶୁଭସ୍ମିତା ଦାସ

new life
You might also like
error: Content is protected !!