News
lipub
samparksetu

ହାତୀ ଆକ୍ରମଣରେ ଚାଷୀ ଗୁରୁତର

ଚାଷ ଜମିରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣକ ହେଲେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ କର୍ଣ୍ଣପୁର ବିଟ ଏରିଆ ନୂଆକୋଟ ଡିହସlହି ଗ୍ରାମର ଗିରିଧାରୀ ସାହୁ ବୟସ (୫୭)

ସେ ଗତ କାଲି ସନ୍ଧ୍ୟାରେ ନିଜ ଚାଷ ଜମିକୁ ହାତୀ ଦାଉରୁ ଧାନକୁ ଜଗିବା ପାଇଁ ଯାଇଥବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ ଯାହା ଫଳରେ ଗୁରୁତର ହେଇଥିବା ଜଣା ପଡ଼ିଛି। ପରିବାର ଲୋକେ ଗ୍ରାମ ବାସୀ ଓ ପଞ୍ଚାୟତ ସରପଞ୍ଚ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ପାଟଣା ପୋଲିସ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଳୟ ଅନୁଗୋଳ ମେଡିକାଲ ରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ସୂଚନା ମୁତାବକ ତାଙ୍କ ଛାତି ହାଡ଼ ଭାଙ୍ଗି ଥିବା ସହ ରକ୍ତ ଜମାଟ ହେଇ ଥିବା ଜଣାଇଥିଲେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।

new life
You might also like
error: Content is protected !!