News
lipub
samparksetu

ସୁରକ୍ଷା ଖୋଜୁଛି ଗଜରାଜ !

ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ବେଶ୍ ତତ୍ପର । କିନ୍ତୁ ଢେଙ୍କାନାଳ ବନଖଣ୍ଡ ହାତୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ ୧୫ ବର୍ଷରେ ୧୭୫ ହାତୀଙ୍କ ମୃତ୍ୟୁକୁ ନେଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ଆଉ କେତେ ହାତୀଙ୍କ ଜୀବନ ଗଲେ ବନବିଭାଗ ଏବଂ ବିଦ୍ୟୁତ୍ ବିଭାଗର ଚେତା ପଶିବ ବୋଲି ଆଲୋଚନା ହେଉଛି ।

ଢେଙ୍କାନାଳ ବନଖଣ୍ଡ ପ୍ରାୟ ୧୭୩୭ ବର୍ଗ କିଲୋମିଟର ଅଞ୍ଚଳରେ ପରିମିତ । ଜଙ୍ଗଲ ମଧ୍ୟରେ ୧୧୪୧ ବର୍ଗ କିମି ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୧୩୭୮ କିମି ଗ୍ରାମ୍ୟ ଜଙ୍ଗଲ ରହିଛି ।ମୋଟ ୮ଟି ରେଞ୍ଜ ୩୭ଟି ସେକସନ୍ ଏବଂ ୧୦୪ଟି ବିଟ୍ ହାଉସ ରହିଥିବା ବେଳେ ୧୭୪ଟି ହାତୀ ବସବାସ କରୁଛନ୍ତି ।

ଢେଙ୍କାନାଳ ହାତୀଙ୍କ ସହିତ ପଡୋଶୀ ଜିଲ୍ଲା କେଉଁଝର, କଟକ ଆଠଗଡରୁ ଅନ୍ୟ ହାତୀ ଆସିବା ଯୋଗୁ ମୋଟ ୪ଶହ ହାତୀ ବର୍ତ୍ତମାନ ରହିଛନ୍ତି । ଜିଲ୍ଲାର କଙ୍କଡାହାଡ,ହିନ୍ଦୋଳ ଓ ମହାବିରୋଡ ଅଞ୍ଚଳ ହାତୀ ମାନଙ୍କର ଆଡା ସ୍ଥଳୀ ପାଲଟିଛି । ହାତୀ ଗୁଡିକ ଦୈନିକ ରାଜପଥ,ରେଳପଥ ଅତ୍ରିକାନ୍ତ କରିବା ସହିତ ଜଙ୍ଗଲ ମଧ୍ୟରେ ୨୫ରୁ ୩୦ କମି ରାସ୍ତାରେ ଚଳପ୍ରଚଳ କରିଥାନ୍ତି । ହାତୀକୁ ଜାତୀୟ ଐତିହ୍ୟ ଭାବରେ ଗଣନା କରାଯାଇଥିବା ବେଳେ ହାତୀର ସୁରକ୍ଷା ପାଇଁ ହାତୀ ସ୍କ୍ବାର୍ଡ ଗଠନ କରାଯିବା ସହିତ ହାତୀ ଚଳପ୍ରଚଳ ଉପରେ ନଜର ରଖାଯାଉଛି ।

କିନ୍ତୁ ବନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର ଦୋ ମୁହାଁ ନିତୀ ଯୋଗୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଅଳ୍ପ ଉଚ୍ଚତାରେ ବିଦ୍ୟୁତ୍ ତାର ଗୁଡିକ ଝୁଲି ରହିଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମାନଙ୍କର ଶୋଚନୀୟ ମୃତ୍ୟୁ ଘଟୁଛି ।

ମିଳିଥିବା ତଥ୍ୟ ଅନୁସାରେ ୨୦୦୫ ରୁ ୨୦୨୨ ବର୍ତ୍ତମାନ ସୁଦ୍ଧାମୋଟ ୧୩୩ଟି ହାତୀଙ୍କ ଜୀବନ ଚାଲିଯାଇଥିବା ବେଳେ , ସେଥି ମଧ୍ୟରୁ ସାଧାରଣ ଭାବରେ ୪୨ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଟିର ମୃତ୍ୟୁର କାରଣ ଜଣାପଡିନାହିଁ । ଏମିତିକି ଗତ ୫ ବର୍ଷ ମଧ୍ୟରେ ବନବିଭାଗ ୧୩୩ଟି ବନ୍ଧୁକ ଜବତ କରିବା ସହିତ ଶିକାରୀ ମାନଙ୍କୁ ଗିରଫ କରିଛି । ଏହା ସତ୍ୱେ ହାତୀ ମୃତ୍ୟୁ ବା ଶିକାର ହ୍ରାସ ପାଉନାହିଁ । ବାରହା ଏବଂ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବସାଉଥିବା ଫାଶରେ ପଡି ହାତୀଙ୍କ ଜୀବନ ବି ଚାଲିଯାଇଛି ।

ବର୍ତ୍ତମାନ ବେସରକାରୀ ତଥ୍ୟ ଅନୁସାରେ ଜିଲ୍ଲାରେ ୪ଶହରୁ ଅଧିକ ହାତୀ ଚଳପ୍ରଚଳ କରୁଥିବାର ଜଣାପଡିଛି । ଏହି ହାତୀମାନେ ମୁଖ୍ୟତଃ ପରଜଙ୍ଗ କୁମୁସୀ ,ଡିହଡୋଳ, ପାଟରପଦା, ପାଣିଭଣ୍ଡାର ଅଞ୍ଚଳରେ ଅଧିକ ସମୟ ବସବାସ କରୁଥିବା ବେଳେ ବ୍ରାହ୍ମଣୀ ନଦୀ ପାର ହୋଇ ରେଳ ଲାଇନ ଏବଂ ଜାତୀୟ ରାଜପଥ ପାର ହୋଇ ଯାତାୟତ କରୁଛନ୍ତି ।

ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ବିଦ୍ୟୁତ ସଂଯୋଗ ହେଉଥିବା ହେତୁ ହାତୀମାନଙ୍କର ମୃତ୍ୟୁ ଘଟୁଛି । ତେବେ ବନବିଭାଗର ଅପାରଗତା ଯୋଗୁ ଏଭଳି ସର୍ବଦା ଘଟୁଥିବା ବେଳେ ଜିଲ୍ଲାରେ ହାତୀ ବଂଶ ସମ୍ପୂର୍ଣ୍ଣ ଭାବରେ ଲୋପପାଇବ ବୋଲି ପରିବେଶବିତ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!