News
lipub
samparksetu

ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ରଗୁଡି ସାହିର ଭୋଳେଶ୍ବର ସାହୁଙ୍କର ପୁତ୍ର ତ୍ରିଲୋଚନ ସାହୁ ଗତ ୨୩/୯/୨୨ରିଖ ଅପରାହ୍ନ ୩ଟାରେ କୌଣସି କାରଣରୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଆଡକୁ ଚାଲିଯାଇଥିଲେ l

ବହୁ ସମୟ ଧରି ନଫେରିବାରୁ ପରିବାର ଲୋକେ ୫ଟାରେ ଯାଇ ତ୍ରିଲୋଚନ ଙ୍କୁ ଯାଇ ଖୋଜାଖୋଜି କରିବାରୁ ଏକ ଗଛ ରେ ନିଜ ସାର୍ଟରେ ଦଉଡି କରି ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ।

ପରିବାର ଲୋକେ ରାସୋଳଥାନାରେ ଖବର ଦେବାରୁ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ରାସୋଳ ପୋଲିସ କେଶ ନଂ-୧୧/୨୪-୯ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି କହିଛନ୍ତି।ତ୍ରିଲୋଚନ ଙ୍କ ମୃତ୍ୟୁ ରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିବା ସହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

new life
You might also like
error: Content is protected !!