News
lipub
samparksetu

କାହିଁଗଲା ତୁମ୍ଭ ପାରିବାର ପଣ

ହେ ଯୁବକଗଣ,
କିଏ କାହିଁକି ଲୁଟିନେଲା,
ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?
ହୋଇଗଲ ସର୍ବେ ତୁମ୍ଭେ,
ଶୌର୍ଯ୍ୟ ବୀର୍ଯ୍ୟ ହୀନ,
ପର୍ବତ ଲଙ୍ଘିବାର ବୟସରେ,
କାହିଁକି ହୋଇଲ ତୁମ୍ଭେ ବୃଦ୍ଧ ଙ୍କ ସମାନ?
କାହିଁକି ଜୀବନ ତୁମ ଲାଗୁଅଛି ପିତା?
କଣ ପାଇଁ ଆତ୍ମହତ୍ୟା ର ମାନସିକତା?
ଏହା କଣ ସମାଧାନ ର ଏକମାତ୍ର ପନ୍ଥା?

ତୁମ ହକ୍, ତୁମ ଅଧିକାର,
ତୁମେ ଛିନ୍ନ କରିଆଣ,
ଆତ୍ମହତ୍ୟା ଅଟଇତ ଭୀରୁର ଲକ୍ଷଣ।
କାହା ହାତ ଟେକା, କାହା  ଭିକ୍ଷା ପାଇଁ,
କାହିଁ ତୁମ୍ଭେ କରୁଅଛ ଆଶା?
ନିଜ ଶକ୍ତି, ନିଜ ବାହୁବଳେ,
ରଖିବାକୁ ହେବ ସଦା,ସମ୍ପୂର୍ଣ୍ଣ ଭରଷା।
ଆତ୍ମ ସମୀକ୍ଷା,ଆତ୍ମ ବିଶ୍ଳେଷଣ,
କରି ଟିକେ ପରଖ ନିଜକୁ,
ଚଞ୍ଚଳ ମନକୁ, କରି ନିୟନ୍ତ୍ରଣ,
ଜାଗ୍ରତ ରଖହେ ସଦା, ନିଜ ବିବେକକୁ।

ଧାବମାନ ସମୟକୁ,
ଅକାରଣେ ଅପଚୟ,
କରିବାର ନିଷ୍ଫଳ ପ୍ରଚେଷ୍ଟା,
ତେଜି ମନୁ ହୁଅ ଅଗ୍ରସର,
ମନେ ତୁମ ନରଖିକି ଶଙ୍କା।
ତୁମ ହସ୍ତେ ତୁମ ଭାଗ୍ୟ, କର ନିର୍ଦ୍ଧାରଣ,
ହେ ଯୁବକଗଣ,

କିଏ କାହିଁକି ଲୁଟିନେଲା,
ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?
କିଏ କାହିଁକି ଲୁଟିନେଲା,
ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?

✍️ପ୍ରଦୀପ୍ତ ଆଚାର୍ଯ୍ୟ

new life
You might also like
error: Content is protected !!