News
lipub
samparksetu

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼
ପଛକୁ ପଛ ସୁନ୍ଦରୀ ଝିଅ ଙ୍କ ଭିଡ଼
ରାସ୍ତା ମଝିରେ ଦେଖାନ୍ତି ତୋଡ଼
ଭିଡ଼ ଦେଖି ବୁଲି ଯାଉଛି ମୋ ଆଖିର ମୋଡ଼।(୧)

ଦେଖି ସେମାନଙ୍କ ମେକପ ମାଡ଼
ଛାତିଟା ହୁଏ ମୋ ଧଅଡ଼ ଧଡ଼
ସାଙ୍ଗ ସାଥି ସହ କରେ ମୁଁ କମେଟ ମାଡ଼
ଜାଣିଶୁଣି ବୁଲେଟ କରେ ମୁଁ ଫଅଡ଼ ଫଡ।(୨)

ଆଗକୁ ଆଗକୁ ଗଲି ମୁଁ ମାଡ଼ି
ଦେଖିଲି ବଳଦ ଧାଡିକି ଧାଡ଼ି
ବାଜା ବାଲା ବାଜା ଦେଲେ ବଜାଇ
ବଳଦ ନାଚିଲେ ମୁଣ୍ଡ ହଲେଇ।(୩)

ବଳଦ ନାଚଟା ଦେଖିବା ପାଇଁ
ଫରେନ ରୁ ମୁଁ ଆସିଛି ଧାଇଁ
ମା ଙ୍କୁ ମୁଁ ବର ମାଗିଲି ଯାଇ
ଶୁଭ ଫଳ କିଛି ପାଇବା ପାଇଁ।(୪)

ମା’ଙ୍କ ପାଖରେ ପହଞ୍ଚିଗଲି
ସୁନ୍ଦରୀ ମାନଙ୍କୁ ମିଇଟି କଲି
କାନ୍ଧ ସହ ପୁଣି କାନ୍ଧକୁ ଯୋଡ଼ି
ସେଲଫି ଉଠେଇଲେ ମୁହଁ କୁ ମୋଡ଼ି।(୫)

ଓଡ଼ିଶା ରାଇଜେ ଭୁବନ ଗ୍ରାମ
ବାଜି ରାଉତ ଙ୍କ ସହୀଦ ଧାମ
ପୁଣି ବଳଦ ନାଚ ପାଇଁ ପ୍ରସିଦ୍ଧ ନାମ
ଗର୍ବରେ ବାଜି ରାଉତ ଙ୍କୁ କରେ ପ୍ରଣାମ।(୬)
    
✍️ବିକାଶ କୁମାର ହୋତା

new life
You might also like
error: Content is protected !!