News
lipub
samparksetu

ତୁମ କାନର ଝୁମୁକା

ମନେଅଛି ମୋର ଅନେକ ଦିନରୁ
ତୁମ କାନର ଝୁମୁକା,
ଯାହାକୁ ପିନ୍ଧିକି ତୁମେ ଆସିଥିଲ
ଦେଖା କରିବାକୁ ଏକା।

ଗୋଧୂଳି ବେଳାରେ ନିର୍ଜନ ସ୍ଥାନରେ
ଆସୁଥିଲ ହସିହସି,
ସେତିକି ବେଳକୁ ଝୁଣ୍ଟୁକି ପଡିଲ
ଝୁମୁକା ପଡ଼ିଲା ଖସି।

ଝୁମୁକା ଖସିବା ଚିନ୍ତାକରି ତୁମେ
ଉଣା କରୁଥିଲ ମନ,
କଥା ଦେଇଥିଲି ଏଥର ମେଳାରେ
ଝୁମୁକା କିଣିବା ଧନ। 

ଅନେକ ଦିନରୁ ରହିଥିଲା ସ୍ଵପ୍ନ
ମେଳା ଯିବା ସାଙ୍ଗ ହୋଇ,
କାନକୁ ତୁମର କାନର ଝୁମୁକା
ଉପହାର ଦେବା ପାଇଁ।

ସ୍ୱପକୁ ସାକାର କରିବା ପାଇଁ ମୁଁ
ଘରୁ କାଢୁଥିଲି ଗୋଡ଼,
ଏତିକି ବେଳକୁ ସମୟର ବାଆ
ଦେଇଗଲା ନୂଆ ମୋଡ଼।

ସମୟ ମୋ ସାଥେ ଏମିତି କରିବ
ସପନେ ଭାବି ନଥିଲି,
ଏମିତି ବେଦନା ଜୀବନରେ କେବେ
ସହଜେ ହେବନି ଭୁଲି।

ମନରେ କେତେଯେ କଷ୍ଟ ଲାଗୁଥିଲା
କାହାକୁ କହିବି ଯାଇ,
ମନର ବେଦନା ମନେ ମରିଯିବ
ଦେଖେଇ ପାରିବି ନାହିଁ।

ମନରେ ଥିଲା ମୋ ଅସୁମାରୀ ଆଶା
କରିବି ବୋଲି ପୁରଣ,
ସବୁ ଆଶା ମୋର କାହିଁ ରହିଗଲା
ଖୋଜେ ମୁଁ ତା’ର କାରଣ !

✍️ଅଜୟ କୁମାର ସାହୁ

new life
You might also like
error: Content is protected !!