News
lipub
samparksetu

ନିରୀହ ଚାହାଣି

ଦୂରଗାମୀ ଯାତ୍ରା କରିଲା ବେଳକୁ
ପଡ଼ିଲା ମୋର ନଜର,
ନିରୀହ ଚାହାଣି ରେ ଚାହିଁଥିଲା ସେ
ବାଟରୁ ଅନେକ ଦୂର ।
ପାଖକୁ ଯାଇ ମୁଁ ପଚାରି ବୁଝିଲି
କଣ ହୋଇଛି ତୁମର ?
ଗୋଡକୁ ତାହାର ଦେଖିଲା ବେଳକୁ
ବହିଯାଉଛି ରୁଧିର।

ତିଳେହେଁ ତାହାକୁ ଖାତର ନକରି
ଛିଡା ହୋଇଥିଲା ଏକା,
ସତେକି ଯେପରି ଚାହିଁ ରହିଛି ସେ
କାହାକୁ କରି ପ୍ରତୀକ୍ଷା।
ବୁଝାଇ କହିଲି ଚାଲ ମୋ ସାଥିରେ
ଆଗ ଡାକ୍ତରଖାନା,
ତୁମକୁ ଜାଣିନି ଯିବି ମୁଁ କେମିତି?
କରିଦେଲା ସଙ୍ଗେ ମନା।

କେତେ କଥାକହି ବୁଝାଇ ଥିଲି ମୁଁ
ଚିକିତ୍ସା କରିବା ପାଇଁ,
ଏତିକି ବେଳକୁ ପାଖକୁ ଆସିଲେ
ତୁମର ସେ ପ୍ରିୟ ମାଇଁ।
ଚାଲିଗଲ ସଙ୍ଗେ ସାଥିରେ ତାଙ୍କର
ନକରି ଆଉ ବିଳମ୍ବ,
ସେହିଦିନ ଠାରୁ ତୁମ ସାଥେ ମୋର
ସମ୍ପର୍କ ହେଲା ଆରମ୍ଭ।

ମନେ ଅଛି ସେହି ନିରୀହ ଚାହାଣି
ଟାଣିଥିଲା ମତେ ଦିନେ,
ଆଜିବି ଭୁଲିନି ସେହି ଚାହାଣିକୁ
କରୁଛି ମୁଁ ନିତି ମନେ।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!