News
lipub
samparksetu

ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ

ଝରଣା ର ଝର, ଶୁଷ୍କ ହୋଇଗଲା,
ଆଉତ ଝରିବ ନାହିଁ,
କୋକିଳ କଣ୍ଠର, ସୁମଧୁର ସ୍ୱର,
ସ୍ତବ୍ଧ ସବୁଦିନ ପାଇଁ।
ଷାଠିଏ ଦଶକେ, ଅଭିନୟାରମ୍ଭ,
ବୟସ ଥିଲା ପନ୍ଦର,
ଦକ୍ଷ ଅଭିନେତ୍ରୀ, ପାଇଥିଲେ ସେହି,
ଜୟଦେବ ପୁରସ୍କାର।

ଅଭିନୟ ସହ, ଶାସ୍ତ୍ରୀୟ ନୃତ୍ୟରେ,
ପାରଙ୍ଗମ ସିଏ ଥିଲେ,
ଦୁରଦର୍ଶନରେ, ସହ ନିର୍ଦ୍ଦେଶିକା,
କାର୍ଯ୍ୟ ବି ନିର୍ବାହୀ ଥିଲେ।
ପ୍ରଛଦପଟ ରେ, ସ୍ୱର ଦେଉଥିଲେ,
ବେତାର ନାଟକ ପାଇଁ,
ଆକାଶବାଣୀ ରେ, ମିଠା ସ୍ୱର ପାଇଁ,
ପ୍ରସିଦ୍ଧି ସେ ଗଲେ ପାଇ।

ନାରୀ ଯେତେବେଳେ,ପରଦା ଭିତରୁ,
ବାହାରି ପାରୁ ନଥିଲେ,
ପ୍ରତିରୋଧ ସତ୍ୱେ,କଳା ଦୁନିଆରେ,
ପାଦ ସିଏ ଥାପି ଥିଲେ।
ଶୈଶବ କାଳରୁ, ଥିଲେ ସୁଘୋଷିକା,
ସୁମଧୁର ସ୍ୱର ପାଇଁ,
ତାଙ୍କ ଶୂନ୍ୟସ୍ଥାନ, ଆଉ କେ ପୁରଣ,
କରିତ ପାରିବେ ନାହିଁ।

କଳା ଗଗନର, ଉଜ୍ଜ୍ୱଳ ଜ୍ୟୋତିଷ୍କ,
ଅସ୍ତମିତ ଗଲା ହୋଇ,
ତବ ବିୟୋଗରେ,ଜଣାଉ ପ୍ରଣତି,
ଅଶ୍ରୁ ଶ୍ରଦ୍ଧାଞ୍ଜଳି ଦେଇ।

✍️ପ୍ରଦୀପ୍ତ ଆଚାର୍ଯ୍ୟ

new life
You might also like
error: Content is protected !!