News
lipub
samparksetu

ମୁଁ ହେବାକୁ ଚାହେଁ

ମୁଁ ହେବାକୁ ଚାହେଁ
ତୁମ କଲମ ମୁନରେ
କବିତାଟିଏ,
ନିଜ କବିତାକୁ ଅଧିକ
ଭଲପାଅବୋଲି
ସେଇ ଜହ୍ନ କୁହେ।

ମୁଁ ହେବାକୁ ଚାହେଁ ତୁମ
ରଙ୍ଗତୁଳୀରେ
କାନଭାସର ଛବିଟିଏ,
ନିଜ ଅଙ୍କିତ ଛବିଟିକୁ
ଅଧିକ ଭଲପାଅବୋଲି
ସେଇ ଝରଣା କୁହେ।

ମୁଁ ହେବାକୁ ଚାହେଁ
ତୁମ କଣ୍ଠର ସଂଗୀତଟିଏ,
ତୁମେ ସଙ୍ଗୀତକୁ ଅଧିକ
ଭଲପାଅ ବୋଲି
ସେଇ ସାତସୁର କହେ।

ମୁଁ ହେବାକୁ ଚାହେଁ
ତୁମ ପାଦରେ ନୁପୁରଟିଏ,
ତୁମେ ନୃତ୍ୟକୁ ଅଧିକ
ଭଲପାଅବୋଲି
ସେଇ ରଙ୍ଗୀନ୍ ମଞ୍ଚ କହେ।

✍️ଗୋବିନ୍ଦ୍ ଚନ୍ଦ୍ର ପାତ୍ର

new life
You might also like
error: Content is protected !!