News
lipub
samparksetu

ରାଜନୀତି

ସୁଖପରେ ଦୁଃଖ, ଦୁଃଖପରେ ସୁଖ
ଏଇତ ସଂସାର ନୀତି,
ପରିବର୍ତ୍ତନ ପାଇଁ ଭ୍ରମିତ ବ୍ୟକ୍ତି
କରିଥାନ୍ତି ରାଜନୀତି।

କହିବ କାହାକୁ ସଭିଏଁ ପାଗଳ
ଏଇ ସାରା ସଂସାରରେ,
ରାଜନୀତି ନିଶା ଏମିତି ଘାରିଛି
ବୁଲନ୍ତି ବାର ଦୁଆରେ।

କାହାକୁ କୁହନ୍ତି ଦେବି ତତେ ଘର
ଭୋଟ ଆଗ ଦେବୁ ମୋତେ
ଭୋଟ ଗଣତି ଟା ସରିଗଲା ପରେ
ଦୃଷ୍ଟିଦେବି ଆଗ ତତେ।

ଏତିକି ବେଳକୁ ମନେ ମାରେ ଉଙ୍କି
ଏହା କଣ ସତହେବ,
ଷାଠିଏ ମହଣ ଘିଅ କେବେ ହେବ
ରାଧିକା ପୁଣି ନାଚିବ।

ଜିତୁ ଜିତୁ କାଳେ ଗଣତି ଶେଷରେ
ଯିବ ଯଦି ତମେ ହାରି,
କାହା ପାଖରେ ମୁଁ ଅଫୁଲା ହାତରେ
କରିବି ଯାଇ ଗୁହାରି।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!