News
lipub
samparksetu

ଲୁହର ନୀରବତା

ନିଶୂନ୍ ରାତିର ଛତ୍ରଛାୟାରେ
ଆଶ୍ରୟ ନେଇଥାଏ
କିଛି ତରଳ ଲାଭା
ଶୀତଳତାର ଆଶାରେ
ହେଲେ ଏଠି ତ
ଆକାଶ କଇଁଆ ଚିଲିକା ମାଛ !!

ବରଫ ଭଳି ଜମାଟ ବାନ୍ଧିଛି
ଅସରାଏ ଝଡ଼ ତୋଫାନ
ଏଇ ସର୍ବହରା ଆଖି କୋଣେ
ଏ ଆଖି ସହିଛି କେତେ କେତେ
କୋହର ଅଭିମାନ
ଆଉ ଶୁଣିଛି କେତେ ଯେ ଅଭିଯୋଗ
ତଥାପି ସେ ମଉନ
ଅନ୍ୟର ଖୁସିରେ ଖୁସି ହେବା ପାଇଁ
ସେ ପାସୋରି ଦେଇଛି
ନିଜ ଅସ୍ତିତ୍ଵ ଆଉ ସଭାବ !!

ଆଜି ନିର୍ଜନ ରାତିରେ
ନିସ୍ତବ୍ଧ ଆଖି କୋଣର
ହତବାକ୍ ହୋଇ
ସେ ଅସରନ୍ତି ଲୁହ ବୁନ୍ଦାଗୁଡାକ
ବେସାହାରା ସାଜି
ନୀରବୀ ନୀରବୀ ଗୁଞ୍ଜରୀ ଉଠନ୍ତି
ଆଉ ପ୍ରଶ୍ନ କରନ୍ତି,,,,,,,,
ଯଦି ଆଖିରୁ ଲୁହ
ଝରିବାର ଅନୁମତି ନାହିଁ
ତାହେଲେ ଏ ଆଖିରେ
ଲୁହ ଗ୍ରନ୍ଥି ଦେଇଛନ୍ତି କ’ଣ ପାଇଁ!!

ଆଖି କୋଣେ ଲୁହର ବିଳାପ ଭି
ଜଡ଼ ପାଲଟି ଗଲାଣି
ଖାଲି ବାକି ଅଛି
ସେ ଗାଢ଼ ନିଦ୍ରାରେ ଶୋଇବ
ଆଉ ନିଜ ସ୍ବପ୍ନରେ
ନିଜ ନୀରବତାକୁ
କୋଳାହଳ ସାଥୀରେ ପାଇବ,,,,,!!

✍️ ଅର୍ପିତା ପ୍ରଧାନ

new life
You might also like
error: Content is protected !!