News
lipub
samparksetu

ଅଚିହ୍ନା ନାୟିକା-୩

ବହୁ ଦିନପରେ ଦେଖାହେଲା ପୁଣି
ସେହି ଅଚିହ୍ନା ନାୟିକା,
ଏତେଦିନ ପରେ ଅଚାନକ ଦେଖି
ଛାତିରେ ପଶିଲା ରକା।

କଜଳ ପୂରିତ ନୟନ ଯୁଗଳ
ଆକର୍ଷିତ କରୁଥିଲା,
ମୁରୁକି ମୁରୁକି ହସିଦେଇ ଆଜି
ସଅଳ ସେ ଚାଲିଗଲା।

ମୁଖକୁ ଦେଖିଲେ ଲାଗୁଥିଲା ସତେ
ରାଜହଂସିନୀଟେ ପରି,
ଅପୂର୍ବ ରୂପକୁ ଦେଖିବା ପାଇଁକି
ଆଖି ମୋର ଯାଏ ଘୁରି।

ଭାବିଲି ମନରେ ବୁଲିଯାଇ ତାକୁ
ପଚାରିବି କି ଠିକଣା..?
ଡର ଲାଗୁଥିଲା ସିଏ କାଳେ ମୋତେ
ମାରିଦେବ ଚଟକଣା..!

ଚଟକଣା ଭୟେ ପଚାରିଲି ନାହିଁ
ଆଜି ତାହାର ଠିକଣା,
ଏହି କଥା ଭାବି ଅନ୍ତର ଭିତରେ
କରୁଥିଲି ମନ ଊଣା।

ମନରେ ମୁଁ ଆଜି ସାହସ ବାନ୍ଧିଲି
ଆଉ କେବେ ନଡରିବି,
କାଲି ଦେଖାହେଲେ ପାଖକୁ ମୁଁ ଯାଇ
ଠିକଣା ପଚାରି ଦେବି।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!