News
lipub
samparksetu

ଦେଶର ଗୈାରବ ତୁମେ
      

କଳିଙ୍ଗ ଭୁଇଁର ଭାରତ ମାଟିର
          ଅଟେ ଶ୍ରେଷ୍ଠ ନର ବୀର
ଓଡ଼ିଆ ବଜାର କଟକ ନଗରେ
          ସୁଭାଷ ବୋଷଙ୍କ ଘର।(୧)

ଆଦର୍ଶ ଶକ୍ତିର ସାହସୀ ପ୍ରତୀକ
          ଭାରତ ସ୍ଵାଧିନ ପାଇଁ
କଳିଙ୍ଗ ମାଟିକୁ ରଖିଲେ ବିଶୂରେ
            ଭାରତ ଗୈାରବ ତହିଁ   ।(୨)

ଇଂରେଜ ମାନଙ୍କୁ ତଡିଥିଲେ ଦେଶୁ
           ସାହସୀ ସଂଗ୍ରାମୀ  ବୀର
  ବଳିଦାନ ପାଇଁ ଆଜି ଯେ ଅମର
           ନେତାଜୀର  ନାମେ ସୂର ।(୩)

ଜନ୍ମ ଦିବସରେ ପ୍ରଣାମରେ ଆଜି
          କୋଟି କୋଟି ନମସ୍କାର।
ଦେଶ ପାଳୁଅଛି ତୁମ୍ଭ ଜନ୍ମ ଦିନ
            ତୁମ୍ଭେ ଯେ ମହାନ୍ ବୀର(୪)

ଝଲସୁଛି ଆଜି କଟକ ନଗରେ
           ଏହି ତୁମ୍ଭ ଜନ୍ମ ଭୁଇଁ
ମନ ପକାଉଛି ବନ ଉପବନ
          କଟକ ତ୍ରିକୋଣ ଭୁଇଁ ।(୫)

ତୁମ୍ଭେ ଅଟ କୀର୍ତ୍ତି ସ୍ତମ୍ଭ ଦେଶର ଫାଟକ
ନେତାଜୀଙ୍କ ପରିଚୟ ଐତିହ୍ୟ କଟକ।

                                      

✍️ଛବିରାମ ସେଠୀ
                                      

new life
You might also like
error: Content is protected !!