News
lipub
samparksetu

ମୁଁ କାହିଁକି କାନ୍ଦେ

କୋହଭରା କାନ୍ଦ କାନ୍ଦନ୍ତି ସଭିଏଁ
ଏଇ ଛୁଟିଆ ସଂସାରେ,
ବିନା କୋହରେ ମୁଁ କାହିଁକି ଯେ କାନ୍ଦେ
ଆଜି ମୁଁ ଜାଣି ନପାରେ..!

ମିଛରେ କାହିଁ ଏଠି କାନ୍ଦୁଛି ମୁହିଁ
କରନ୍ତି ସବୁ ବାରଣ,
ମନ ବିଚଳିତ ହୁଏ ବାରମ୍ବାର
ଖୋଜେ ମୁଁ ବସି କାରଣ।

ମନର ଯନ୍ତ୍ରଣା ମନେ ଲିଭିଯାଏ
ପାରେନା କାହାକୁ କହି,
ସବୁ ଯନ୍ତ୍ରଣାକୁ ଖୁସିରେ ଖୁସିରେ
ମୁଣ୍ଡପାତି ନିଏ ସହି।

ପୁରୁଷର ଦୁଃଖ କିଏ ବା ବୁଝଇ
ଦୁଃଖଭରା ଜୀବନରେ,
ସଭିଏଁ କୁହନ୍ତି କିଛି ହୋଇନାହିଁ
କାନ୍ଦୁଛି ଦେଖ ମିଛରେ..!

ଭାବେ ବେଳେ ବେଳେ ମୁଁ କାହିଁକି କାନ୍ଦେ
ବିନା କିଛି କାରଣରେ,
ସେଥି ପାଇଁ ବୋଧେ ସଭିଏଁ ହସନ୍ତି
ଏଇ ସାରା ସଂସାରରେ।

ପୁରୁଷ ବୋଲି କି ନାହିଁ ମୋର ଦୁଃଖ
କାହିଁ ଭାବନ୍ତି ସଭିଏଁ,
ପୁରୁଷ ପୁଅର କଷ୍ଟ ଯନ୍ତ୍ରଣାକୁ
ଦେଖି କି ପାରନା ହାଏ…!

ଏତେ କଥା ଆଜି ମୁଁ ଶୁଣିଲା ପରେ
ନିଜକୁ ନିଜେ ପଚାରେ,
ସତରେ କଣ ମୁଁ ବିନା କାରଣରେ
କାନ୍ଦେ ଏଇ ଜୀବନରେ…?

ଏତେ ଜାତନାକୁ ସହ୍ୟ କଲାପରେ
ନିଜକୁ ମୁଁ ନିଜେ ନିନ୍ଦେ,
ପୁରୁଷ ପୁଅଟେ ହେଲାପରେ ମଧ୍ୟ
ଆଜି ମୁଁ କାହିଁକି କାନ୍ଦେ…?

✍️ଅଜୟ କୁମାର ସାହୁ

new life
You might also like
error: Content is protected !!