News
lipub
samparksetu

କନ୍ୟା

କରନା କରନା ତୁଳନା ତାକୁ
ପୁତ୍ର ମାନଙ୍କ ସହିତେ,
ପୁଅ ଝିଅ ପରା ଉଭୟେ ସମାନ
ଏଇ ସାରା ଜଗତେ।

ଅଳପ ବୟସେ ବିବାହ କରନା
ସମ୍ପତ୍ତି ଲୋଭରେ ପଡ଼ି,
ତାର ସ୍ୱପ୍ନ, ଆଶା ଆକାଂକ୍ଷା କୁ
ଦିଅନାହିଁ ଜାଳିପୋଡ଼ି।

କରନାହିଁ ତାହାର ଭୃଣ ହତ୍ୟା
ଦଣ୍ଡନୀୟ ଅପରାଧ,
ଦୋଷୀ ତୁମେ ଦଣ୍ଡ ନିଶ୍ଚେ ଭୋଗିବ
ଗଣୁଥିବ ପରମାଦ।

ସ୍ୱାଧୀନତା ତାର ଛଡାଇ ନିଅନା
ଦିଅ ତାକୁ ମୁକ୍ତ କରି,
ଏ ଦୁନିଆଟାକୁ ଦେଖିବାକୁ ଦିଅ
ତାର ଆଖିରେ ମନଭରି।

ପୁତ୍ର ପରି ଦିଅ ତାକୁ ଉଚ୍ଚଶିକ୍ଷା
ସ୍ୱାବଲମ୍ବୀ ସେ ହୋଇବ,
ତାହାର ଭରଣ,ପୋଷଣ ନିମନ୍ତେ
ତୁମର ଆଉ ଚିନ୍ତା ନଥିବ।

ରାସ୍ତାଘାଟେ ତାକୁ ଚାଲିବାକୁ ଦିଅ
ନିର୍ଭୟ,ନିଃସଂକୋଚରେ,
ସୁରକ୍ଷିତ ଭାବେ ଫେରିଯାଉ ଘର
ଶୁନଶାନ୍ ରାତି ଅଧରେ।

✍️ଗୋବିନ୍ଦ୍ ଚନ୍ଦ୍ର ପାତ୍ର

new life
You might also like
error: Content is protected !!