News
lipub
samparksetu

ଅଚିହ୍ନା ନାୟିକା-୪

ଦେଖା ହେଲା ସେହି ଅଚିହ୍ନା ନାୟିକା
ଆଜି ମକର ମେଳାରେ,
ମେଳା ବୁଲିବାକୁ ଆସିଥିଲା ଆଜି
ସେ ତା’ ବାପାଙ୍କ ସାଥିରେ।

କିଛି କ୍ଷଣରେ ସେ କାହିଁ ଲୁଚିଗଲା
ଲୋକଙ୍କ ଭିଡ଼ ମଧ୍ୟରେ,
ମନ ମଧ୍ୟରେ ମୁଁ ଅନେକ ଖୋଜିଲି
ସେହି ଲୋକଙ୍କ ଭିଡ଼ରେ।

କିଛି କ୍ଷଣ ପରେ ଖୋଜି ମୁଁ ପାଇଲି
ସେଇ ଅଚିହ୍ନା ନାୟିକା,
ମେଳାର ସେଇ ଭିଡ଼ ମଧ୍ୟରେ ସେ ଯେ
ବୁଲୁଥିଲା ଏକା ଏକା !

କାହିଁକି ଯେ ସେ ତେରେଛା ଚାହାଣୀରେ
ମତେ ଆଜି ଦେଲା ଚାହିଁ,
ଭାବିଲି ମନରେ ପାଖକୁ ଯିବି କି
କଥା ଟିକେ ହେବା ପାଇଁ..?

ଏତିକି ବେଳକୁ ବାପା ତାର ଆସି
ବାଧକ ସାଜିଲା ମୋତେ,
ସେଥିପାଇଁ ମନେ ମନେ ମୁଁ ଅନେକ
ଗାଳି କରୁଥିଲି ସତେ।

ଅଚିହ୍ନା ଅଜଣା ଝିଅର ପ୍ରେମରେ
ମନ ମୋର ହେଲା ଚୋରି,
ସନ୍ଧ୍ୟାର ଅନ୍ତରେ ମେଳାର ଶେଷରେ
ଘରକୁ ଆସିଲି ଫେରି।

✍️ଅଜୟ କୁମାର ସାହୁ , କେନ୍ଦୁଝର

new life
You might also like
error: Content is protected !!