News
lipub
samparksetu

ବିଶ୍ୱ ଘରଚଟିଆ ଦିବସ ପାଳନ

ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍‌, କାନ୍ଥର ସନ୍ଧି, ଲାଇଟ୍‌ ପୋଷ୍ଟ୍‌ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍‌ ରାସ୍ତା, ମୋବାଇଲ୍‌ ଟାୱାର ଓ ବିଦ୍ୟୁତ୍‌ ଖୁଣ୍ଟ ସ˚ଖ୍ୟା ବୃଦ୍ଧି ପାଇବାରୁ ଘର ଚଟିଆ ପକ୍ଷୀ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି।

ଆଜି ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ଙ୍କ ଦ୍ଵାରା ଢେଙ୍କାନାଳ ସଦର ବ୍ଳକ୍ ସୁଆଖାଇ କାଟେଣି ଗ୍ରାମରେ ପାଳିତ ହୋଇଯାଇଛି ଘର ଚଟିଆ ଦିବସ । ଏସଂକ୍ରାନ୍ତରେ ଗାଁରେ ଏକ ସଚେତନ କାର୍ଯ୍ୟକ୍ରମ ସହ ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଓ ଜନ ସଚେତନତା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଶୁଭ୍ରାଂଶୁ ଙ୍କ ପକ୍ଷରୁ ଘରଘର ବୁଲି ଚଟିଆ ସଂରକ୍ଷଣ ଦେଖିବା ସହ ଚଟିଆ ବସା ଓ ଖାଦ୍ୟ ଶସ୍ୟ ବାନ୍ଧିଥିଲେ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ନିରୀହ ପକ୍ଷୀଙ୍କ ମୃତ୍ୟୁ କୁ ନେଇ ଆଲୋକପାତ କରାଯାଇଥିବା ବେଳେ, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତେ ନିଜ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଏବଂ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ପାଇଁ ଜଳ ପୂର୍ଣ୍ଣ ପାତ୍ର ରଖିବାକୁ ଆହ୍ବାନ କରିଛନ୍ତି ଶୁଭ୍ର।ଶୁଂ ।

new life
You might also like
error: Content is protected !!