News
lipub
samparksetu

ତା’ ଧୂଳି ପରଶେ

ମାଆ ମାଟି ମୋର ମନ୍ଦିର ସମାନ
ଜୀବନଠୁ ପ୍ରିୟତମ
ତା’ ଧୂଳି ପରଶେ ହୃଦୟ ସରସେ
ଫୁଟି ଉଠେ ପ୍ରୀତି ପଦ୍ମ ll

ଅତି ଆପଣାର ଧୂଳି ମାଟି ତା’ର
ମଥାରେ ଦେଇ ମୁଁ ବୋଳି
ଶତ ଜନମର ପୁଣ୍ୟତା ପ୍ରାପ୍ତିରେ
ଆନନ୍ଦେ ଖେଳଇ ଦୋଳି ll

ତା ଗିରି, କନ୍ଦର,ତଟିନୀ,ନିର୍ଝର
ସବୁଜ ବନାନୀ ଶୋଭା
ରଖିଛି ସାଇତି ତା’ ଗର୍ଭରେ ନିତି
ସୁନ୍ଦର ତା’ ବର୍ଣ୍ଣବିଭା ll

ତା’ ପାଣି ପବନ ପୀୟୂଷ ସମାନ
ରକ୍ତ ହୋଇଯାଏ ବହି
ତା’ର ଅଖଣ୍ଡତା ତା’ର ଜାତୀୟତା
ରଖିବି ମୁଁ ପ୍ରାଣ ଦେଇ  ll

ସବୁ ସ୍ୱାର୍ଥକୁ ମୁଁ ଜଳାଞ୍ଜଳି ଦେଇ
ତା’ ପାଇଁ କରିଛି ପଣ
ସେହି ମୋର ଦେଶ ଭାରତ ବରଷ
ତା’ର ପଦେ ନମଃ ନମଃ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!