News
lipub
samparksetu

ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ପ୍ୟାଡ୍ ଓମେନ୍ ଅଙ୍କିତା ଙ୍କ ସଚେତନତା କାର୍ଯ୍ୟକ୍ରମ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୮ ମଇ ରେ ପାଳିତ ହୋଇଛି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ । ତେବେ ଏହି ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ରଥିଆପାଳ ଗାଁରେ ଅଙ୍କିତା ସାହୁଙ୍କ ତତ୍ୱାବଧାନ ରେ ଋତୁସ୍ରାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାରା ରାଜ୍ୟରେ “ପ୍ୟାଡ୍ ଓମେନ୍‌’ ଭାବେ ପରିଚିତ ଅଙ୍କିତା ସାହୁ ଏହି କାର୍ଯ୍ୟକ୍ରମରେ ରଥିଆପାଳ ଗ୍ରାମରେ ୪୦ ଜଣ ମହିଳା ଏବଂ କିଶୋରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଛନ୍ତି ।

ଏହା ସହ ଋତୁସ୍ରାବ ସମୟରେ କିପରି ସ୍ୱଚ୍ଛତା ଅବଲମ୍ବନ କରିବେ, ସେସମ୍ପର୍କରେ ବୁଝାଇବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ଚଳିତ ବର୍ଷର ଥିମ ରହିଛି ଋତୁସ୍ରାବ ଆମ ଜୀବନର ଏକ ସାଧାରଣ ପ୍ରକ୍ରିୟା, ଏହି ଥିମ ଅନୁଯାୟୀ “ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ଏସମ୍ପର୍କରେ କଥା ହେବାକୁ କୁଣ୍ଠାବୋଧ ନକରି ସେମାନଙ୍କ ସମସ୍ୟା ବିଷୟରେ ଖୋଲି କରି କଥା ହେବାକୁ କହିଥିଲେ ଅଙ୍କିତା ” । କିପରି ଏହା ବିନା ଜଣେ ମାଆ ହେବା ଅସମ୍ଭବ ଓ ଋତୁସ୍ରାବ ସମୟରେ କାହିଁକି ସ୍ୱଚ୍ଛତା ଜରୁରୀ ସେନେଇ ଅଙ୍କିତା ଗାଁର କିଶୋରୀ, ଯୁବତୀ ଓ ମହିଳାଙ୍କ ସହ ଆଲୋଚନା କରିଥିଲେ । ନିଜ ସୁସ୍ଥ ଶରୀର ପାଇଁ ସର୍ବପ୍ରଥମେ ନିଜକୁ ସ୍ୱଚ୍ଛ ଏବଂ ପରିଷ୍କାର ପରିଚ୍ଛନ ରହିବା ଜରୁରୀ ବୋଲି ସେମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ଗଦିଁଆ ବ୍ଲକ ଦଧିସିଙ୍ଗା ଗାଁର ଝିଅ ଅଙ୍କିତା ସାହୁ ଦୀର୍ଘ ୧୨ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ସାନିଟାରୀ ନାପକିନ୍ ବାଣ୍ଟିବା ସହ ମହିଳାଙ୍କୁ ନିଜ ଅଧିକାର ଏବଂ ଋତୁସ୍ରାବ ସମ୍ପର୍କରେ ସଚେତନ କରାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ ହଜାର ରୁ ଉର୍ଦ୍ଧ୍ବ ନାପକିନ ବଣ୍ଟନ କରିସାରିଛନ୍ତି । ଅଙ୍କିତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ସେ ଚାରିଆଡୁ ପ୍ରଶଂସା ସାଉଁଟିବା ସହ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହେଉଛନ୍ତି ।

new life
You might also like
error: Content is protected !!