News
lipub
samparksetu

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଜନମୁଖୀ ଜାଗୃକତା କାର୍ଯ୍ୟକ୍ରମ ସହିତ ଜାତୀୟ ଡେଙ୍ଗୁ ଦିବସ ପାଳନ

ଡେଙ୍ଗୁ ଜ୍ୱର ବିରୁଦ୍ଧରେ ଏକ ପ୍ରକ୍ରିୟାଶୀଳ ପଦକ୍ଷେପ ରୂପେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜାତୀୟ ଡେଙ୍ଗୁ ଦିବସ ଅବସରରେ ବିଭିନ୍ନ ବିଷୟବସ୍ତୁକୁ କେନ୍ଦ୍ର କରି ଅନେକ ଅଞ୍ଚଳରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ଏହି ଅଭିଯାନ ଖଲିବେରଣା ଗୋଷ୍ଠୀ କେନ୍ଦ୍ର, ନୂଆଗାଁ, କାଣ୍ଡବିନ୍ଧା ଉପକେନ୍ଦ୍ର ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ଡେଙ୍ଗୁ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ମଶା ଜନ୍ମିତ ପ୍ରଜନନ ସ୍ଥଳ ହଟାଇବା ପାଇଁ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

ଟିଏସଏଫ ଦ୍ୱାରା ଏହି ଅଭିଯାନକୁ ସଫଳ କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହଯୋଗରେ ଅଭିଯାନର ଆୟୋଜନ କରାଯାଇଥିଲା । ମୋବାଇଲ ପବ୍ଲିକ ହେଲଥ ୟୁନିଟ ଟିମ୍, ଆଶା ଏବଂ ଏ.ଏନ.ଏମ କର୍ମଚାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଆଲୋଚନା ଦ୍ୱାରା ଡେଙ୍ଗୁ ପ୍ରତିରୋଧ ଉପରେ ଗଭୀର ଆଲୋକପାତ କରାଯାଇଛି । ଏହା ଛଡା ସ୍ଥାନୀୟ ଗ୍ରାମବାସୀନ୍ଦାଙ୍କ ସମେତ ଖଲିବେରଣା ଗ୍ରାମ, ନୂଆଗାଁର ଜନ ପ୍ରତିନିଧି, ଆଶା ଦିଦି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!