News
lipub
samparksetu

ଜୀବିତକୁ ମୃତ ଦର୍ଶାଇ କରାଯାଉଛି ରାସନ୍ କାର୍ଡ୍

ହିନ୍ଦୋଳ ଯୋଗାଣ ବିଭାଗ କେତେବେଳେ ଜୀବିତକୁ ମୃତ ଦର୍ଶାଇ ରାସନ୍ କାର୍ଡ୍ କାହାର କାଟି ଦେଉଛି, ତ ପୁଣି କେତେବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ରାସନ୍ କାର୍ଡ୍ କାଟି ଦେଉଛି ତ ଆଉ କେତେବେଳେ ନେତାଙ୍କୁ ଖୁସିକରିବାକୁ ବେଆଇନ ଭାବରେ ଡିଲର ଉଛେଦ କରୁଛନ୍ତି। ଯୋଗାଣ ବିଭାଗର ଏପରି ଦାୟିତ୍ବହୀନ କାର୍ଯ୍ୟକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ବିଦ୍ୟାଧର ସାହୁ (୮୦) ନାମକ ଏକ ବୃଦ୍ଧ ବ୍ୟକ୍ତିଙ୍କର ରାସନ୍‌ କାର୍ଡ୍ କାଟି ଦିଆଯାଇଛି। ସେ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ରାସନ୍ କାର୍ଡ୍ ହିତାଧିକାରୀ ବିଦ୍ୟାଧର ଫେରାଇଥିବା ନେଇ ମଧ୍ୟ ଯୋଗାଣ ବିଭାଗ ତଥ୍ୟ ପ୍ରଦାନ କରିଛି। ଯାହାକି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ । ଏବେବି ରାସନ୍ କାର୍ଡ୍ ହିତାଧିକାରୀଙ୍କ ପାଖରେ ମହଜୁଦ୍ ଅଛି ବୋଲି ହିତାଧିକାରୀ କହିଛନ୍ତି।

ହିନ୍ଦୋଳ ଯୋଗାଣ ବିଭାଗ କିପରି ଦାୟିତ୍ବହୀନ ଭାବେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ ହିତାଧୀକାରୀ ଦର୍ଶାଇ ଦୀର୍ଘ ୮ ବର୍ଷ ହେଲା ରାସନ୍ କାର୍ଡ୍ କାଟିଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କର ବକେୟା ରାସନ୍ କୁ ପ୍ରଦାନ କରିବା ସହ ଅଯୋଗ୍ୟ ଘୋଷିତ କରି ରାସନ୍ କାର୍ଡ୍ କାଟିଥିବା ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି। କିଛିଦିନ ତଳେ ମଧ୍ୟ କୁଟୁଣିଆ ପଞ୍ଚାୟତ ଗୁଆଗରିଆ ଗ୍ରାମର ଜଣେ ଜୀବିତ ଅସହାୟ ବିଧବା ମହିଳାଙ୍କୁ ମୃତ ଦର୍ଶାଇ ରାସନ୍ ରୁ ବଞ୍ଚିତ କରିଥିଲା ହିନ୍ଦୋଳ ଯୋଗାଣ ବିଭାଗ। ଯାହାକୁ ନେଇ ସେତେବେଳେ ଆଲୋଡ଼ନ ସୃଷ୍ଟି ହୋଇଥିଲା।ତେବେ ହିନ୍ଦୋଳ ଯୋଗାଣ ବିଭାଗ ରାଜନୈତିକ କବ୍ଜାରୁ ମୁକ୍ତ ରହି ନିରପେକ୍ଷତା ରହିବାକୁ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି l

new life
You might also like
error: Content is protected !!