News
lipub
samparksetu

ରାସ୍ତା ପାଲଟିଛି ମରଣ ଯନ୍ତା

ଲୋକମାନଙ୍କର ଯାତାୟତ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଲାଞ୍ଚଖୋର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର କରି ବିଲ୍ କରି ହଡପ କରୁଛନ୍ତି। କାମ ଆରମ୍ଭରୁ ଶେଷ କରିବା ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ଯେମିତିକି ଗୋଟେ ପଟେ କାମ ସାରି ଅନ୍ୟପଟେ କାମ ଆରମ୍ଭ କରିବା ବେଳକୁ ଅନ୍ୟ ପଟେ ପିଚୁ ଉଠି ଯାଉଛି। ଯାହାର ନିଚ୍ଛକ ଉଦାହରଣ କନ୍ତାମିଲା ଆରଡି ରାସ୍ତାରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ,ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାଉଁଶପୋଖରୀ ଟି ଓ୍ୱାନ୍ ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ସେହି ରାସ୍ତା ଦେଇ ବ୍ଳକ୍ କାର୍ଯ୍ୟାଳୟ , ତହସିଲ୍ କାର୍ଯ୍ୟାଳୟ , ଡାକ୍ତରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବାହାରକୁ ଯିବା ଆସିବା କରିଥାଆନ୍ତି। ସେହିପରି ସ୍କୁଲ୍ ଓ କଲେଜ୍ ର ଛାତ୍ରଛାତ୍ରୀ ମାନେ ସେହି ରାସ୍ତାରେ ନିତିଦିନ ଯାଆଆସ କରନ୍ତି। ବଡ଼ ଦୁଃଖ ଏବଂ ପରିତାପର ବିଷୟ କି ଚପଳମତି ବିଦ୍ୟାର୍ଥୀ ମାନେ ବହୁ ସମୟରେ ମରଣଯନ୍ତା ପାଲଟିଥିବା ସେହି ରାସ୍ତାରେ ପଡ଼ି ଖଣ୍ତିଆ ଖାବରା ହୋଇଥିବା ନଜିର ରହିଛି। ଏବଂ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଲାଗି ରହିଛି। ବୈଶାଖ ମାସରେ ରାସ୍ତାର ମଝିରେ ଥିବା ଖାଲଖମାରେ ପାଣି ଯମା ହୋଇ କୁତ୍ରିମ ହ୍ରଦ ପରି ଦେଖାଯାଉଛି। ତେବେ ଆଗକୁ ବର୍ଷାଦିନ ଆସୁଥିବାରୁ ରାସ୍ତାର ଅବସ୍ଥା କିପରି ହେବ ତାହା ଜଳଜଳ ଦେଖାଯାଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କର ଓ ପ୍ରଶାସନର ନିଘା ନାହିଁ। ତେବେ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

new life
You might also like
error: Content is protected !!