ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ପଥରଖଣି ବେଆଇନ ଭାବରେ ଚାଲୁଥିବାବେଳେ ସେଥିରେ ଅନେକ ମୃତାହତ ଘଟୁଥିବା ସୂଚନା ମିଳୁଥିବାବେଳେ ଖଣିରେ ଦୁର୍ଘଟଣାକୁ ରଫାଦଫା କରି ଚପାଇ ଦିଆଯାଉଛି।
ସୂଚନା ଅନୁଯାୟୀ , ମଙ୍ଗଳବାର ସକାଳେ ମୋଟୋଙ୍ଗା ଥାନା ଘୋଡାଡିଆଁ ଗ୍ରାମର ଯୋଗେଶ୍ୱର ନାଏକ(୭୪) ହିନ୍ଦୋଳ ତହସିଲ ରସୋଳ ଥାନା କାରନ୍ଦା ମାଡୁଆ ରାଇସମିଲ ନିକଟରେ ଥିବା ଏକ ବେଆଇନ ପଥରଖଣିରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ହଟାତଉପରୁ ବଡବଡ଼ ପଥର ଖସିପଡ଼ିବାରୁ ଖଣି ଭିତରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଞ୍ଚଳବାସି ସନ୍ଦେହ କରିଛନ୍ତି ଏବଂ ଖଣିଟି କାରନ୍ଦା ମାଡୁଆ ଅଞ୍ଚର ସନ୍ତୋଷ ରାଉତଙ୍କର ବୋଲି ବିଶେଷ ସୂତ୍ରରୁ ଜଣା ଳପଡିଛି। ତେବେ ପୋଲିସକୁ କୌଣସି ସୂଚନାନଦେଇ ଶବକୁ ସକାଳ ୮ଟା ରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ଆଣିବା, ଯୋଗେଶ୍ୱରଙ୍କ କୌଣସି ସମ୍ପର୍କୀୟ ପାଖରେ ନଥିବା,ତାଙ୍କ ଦେହସାରା ପଥରଖଣିର ଡଷ୍ଟ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପୋଲିସ ପାଖରେ ସୂଚନା ନଥିବା ଓ ନ ପହଞ୍ଚିବା ସହ ଶବସାଥିରେ ଥିବା କିଛି ସନ୍ଦେହ ଜନକ ବ୍ୟକ୍ତିମାନେ ଯୋଗେଶ୍ୱର ଟ୍ରକ ଦୁର୍ଘଟଣାରେ ମରିଥିବା କହି ସନ୍ଦେହ ଜନକ ଭାବରେ ଇତଃସ୍ଥହ ଭାବରେ କାହାକୁ ଯୋଗାଯୋଗ କରୁଥିବା ସନ୍ଦେହକୁ ବଢ଼ାଇଦେଇଛି। ତେବେ ସଠିକ ଭାବରେ ତଦନ୍ତ ହୋଇ ସଠିକ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଅଞ୍ଚଳବାସି ପ୍ରକାଶ କରିଛନ୍ତି ।
