ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଆନ୍ତି ପ୍ରଜା ମାନଙ୍କୁ।
ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଏନଏସି ର ଆଦିବାସୀ ହରିଜନ ବହୁଳ ୱାର୍ଡନଂ-୯ର ପୁରୁଷୋତ୍ତମପୁର ହରିଜନ ସାହିରେ ବସବାସ କରୁଥିବା ୬୦/୭୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ୨୦୨୧-୨୨ମସିହାରେ ବହୁ ଉଦ୍ୟମରେ ହିନ୍ଦୋଳ ଏନଏସି ପକ୍ଷରୁ ଆରଡ଼ି ରାସ୍ତାରୁ ଗ୍ରାମଆଡକୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ତତସହିତ ପାନୀୟଜଳ ଗମନାଗମନ କ୍ଷେତ୍ରରେ ମଧ୍ୟ କିଛି କାର୍ଯ୍ୟ ହୋଇଥିଲା। ତେବେ ଗ୍ରାମ ଠାରୁ କେଇଶହ ମିଟର ରାସ୍ତା ଆଉ ବକେୟା ରହିଯାଇଥିଲା ଯେଉଁଥି ପାଇଁ ଉକ୍ତ ବକେୟା ରାସ୍ତାଟି ବର୍ଷାଦିନେ ଖାଲଖମାଣ ହୋଇ ମାଟି କାଦୁଅରେ ପଚପଚ ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି ଏବଂ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଦୀର୍ଘବର୍ଷ ଧରି ଗ୍ରାମବାସୀ ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏବଂ ବହୁସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ତୁରନ୍ତ କର୍ତୃପକ୍ଷ ରାସ୍ତାଟି ନିର୍ମାଣ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି ।
