News
lipub
samparksetu

ହିନ୍ଦୋଳରେ ଶୋଚନୀୟ ଅବସ୍ଥାରେ ପ୍ରାଣୀ ସହାୟକ କେନ୍ଦ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅବ୍ୟବସ୍ଥା ସୁଧୁରିବାରେ ନାହିଁ । ମଣିଷଙ୍କ ସମେତ ପଶୁଧନର ସ୍ୱାସ୍ଥ୍ୟ ସେବା ଚିର ଅବହେଳିତ । ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଦୀର୍ଘବର୍ଷ ଧରି ଗାଦି ମାଡିବସି ଏକଚାଟିଆ ରାଜ କରି ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳା କରୁଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ବ୍ଲକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରର ଅବସ୍ଥା ଶୋଚନୀୟ।

ପ୍ରାଣୀ ସହାୟକ କେନ୍ଦ୍ରଟି ହେବାର ପ୍ରାୟ ୮/୧୦ ବର୍ଷ ହୋଇଛି। କିନ୍ତୁ ଘରର ଅବସ୍ଥା କହିଲେ ନସରେ। ଘରର କାନ୍ଥ ଫାଟି ଆଁ ହୋଇ ରହିବା ସହ ଛାତରୁ ପାଣି ଗଳୁଛି। ଏପରିକି ସେଠାରେ ବିଜୁଳିର ବ୍ୟବସ୍ଥା ମଧ୍ୟ ନାହିଁ । ବିପଦପୂର୍ଣ୍ଣ ଭାବେ ଘରଟି ରହିଥିବାରୁ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯାହାଫଳରେ ସେମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ବିଭାଗୀୟ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଘରଟି ଆଜି ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ ଏଥିସହ ନାମକୁ ମାତ୍ର ଲୋକ ଦେଖାଣିଆ ସ୍ୱାସ୍ଥ୍ୟସେବା ଯୋଗାଇ ହାତବାନ୍ଧି ବସିପଡିଛି ଉପଖଣ୍ଡ ହିନ୍ଦୋଳ ପ୍ରାଣୀଧନ ସ୍ୱାସ୍ଥ୍ୟ କେନ୍ଦ୍ର,ଏବେ ଉପଯୁକ୍ତ ସେବା ଅଭାବରୁ ସଂକଟରେ ଉପଖଣ୍ଡ ପ୍ରାଣୀଧନ। ତେଣୁ ରାଜ୍ୟସରକାର ଓ ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।

new life
You might also like
error: Content is protected !!