News
lipub
samparksetu

ସ୍ମୃତିରେ ଅକ୍ଷୟ

ଅକ୍ଟୋବର ମାସ, ବାର ତାରିଖରେ,
ହୋଇଥିଲ ତୁମ୍ଭେ ଜାତ,
ବିଚିତ୍ରାନନ୍ଦ ଓ,ସୁବର୍ଣା ମଞ୍ଜରୀ,
ଥିଲେ ତୁମ ତାତ,ମାତ।
ଦିନ ଥିଲା ତୁମେ, ସାରା ରାଜ୍ୟ ଟାକୁ,
ହୁଲୁସ୍ତୁଲୁ କରୁଥିଲ,
ସଙ୍ଗୀତ ଜଗତେ, ମୁକୁଟ ବିହୀନ,
ସମ୍ରାଟ ତ ତୁମ୍ଭେ ଥିଲ।

ହେ ଫଗୁଣ ତୁମେ, ଗଲା ପରେ ପରେ,
ଅନେକ ଯାତନା ଏଠି,
ଖୋକା ଭାଇ କିନ୍ତୁ, ଚାଲିଗଲା ପରେ,
ରହି ଯାଇଛନ୍ତି ଏଠି।
ତବ ନାମ ପରା, ସଙ୍ଗୀତ ଜଗତେ,
ସ୍ୱର୍ଣାକ୍ଷରେ ଲିପିବଦ୍ଧ,
ଚିରକାଳ ତୁମେ, ରହିଛ ରହିବ,
ଆମରି ହୃଦେ ଆବଦ୍ଧ।

ସରସ୍ଵତୀ ଙ୍କର, ବରପୁତ୍ର ଥିଲ,
ହେ ସାରସ୍ବତ ସାଧକ,
ତବ ସଙ୍ଗୀତର, ମୂର୍ଛନା ଏବେବି,
ଆମ୍ଭ କର୍ଣ୍ଣରେ ଝଙ୍କୃତ।
ଗାୟକ, ଲେଖକ, ନିର୍ଦ୍ଦେଶକ ତୁମେ,
ସର୍ବ ଗୁଣେ ପୂର୍ଣ ଥିଲ,
ଅକ୍ଷୟ ନାମର, ସାର୍ଥକତା କରି,
ଅକ୍ଷୟ ହିଁ ରହିଗଲ।

ତୁମ୍ଭ ବିୟୋଗର,କ୍ଷତିଟା କେବେବି,
ପୁର୍ଣ ହୋଇ ପାରିବନି ,
ଯାଯାବର ତୁମେ, କୁଆଡ଼େ ଯାଇଛ,
ସତେ କଣ ଫେରିବନି?

✍️ପ୍ରଦୀପ୍ତ ଆଚାର୍ଯ୍ୟ

new life
You might also like
error: Content is protected !!