News
lipub
samparksetu

ଅନେକ ଯନ୍ତ୍ରଣା ପରେ

ଏତେ ଦିନ ପରେ ହସିବା ଶିଖିଲି
ସୁଖେ ଆଉ ଦୁଃଖ ବେଳେ,
ଲୁହ ବୁଝେ ନାହିଁ ସ୍ଵାର୍ଥ ର ଦୁନିଆ
ଦୁଃଖେ ନିଆଁ ଘିଅ ଢାଳେ ।

ଦୁଃଖ ଯେ ବାନ୍ଧିଛି ମୋସାଥେ ବନ୍ଧୁତା
ସମ୍ପର୍କ ତା’ର ଅମାପ,
ସୁଖ ସାଥେ ଖାଲି ସ୍ଵପ୍ନ ରେ ଭେଟିଛି
ବାସ୍ତବେ ଦୁଃଖ ର ତାପ।

କେବେ ଦେଖି ନାହିଁ ଦିନର ଆଲୁଅ
କଠୋରି ଝରକା ହିନ,
ଅମାବାସ୍ୟା ରାତି ମୋ ପାଇଁ ସବୁଠି
ସବୁତ ତମରି ଦାନ।

ଭୁଲିଛି ସବୁ ମୁଁ ପୂଜିଛି ତୁମକୁ
ମନେ ମୋ ସାନ୍ତ୍ଵନା ଭରେ,
ସେମିତି ପୂଜିବି ସବୁଦିନପାଇଁ
ଅନେକ ଯନ୍ତ୍ରଣା ପରେ।
। ।… ଅନେକ ଯନ୍ତ୍ରଣା ପରେ… ।।

✍️ଅବିନାଶ ବେହେରା

new life
You might also like
error: Content is protected !!