News
lipub
samparksetu

ବାହୁଡି ଯିବା ସଅଳ

ବାହୁଡାର ବେଳ ହେଲାଣି ଠାକୁର
ବାହୁଡି ଯିବା ସଅଳ
ମୋର ବାହୁଡାର ସମୟ ଆସୁଛି
କାଳ ତ ଦେଲାଣି ଠାର।

ବାହୁଡିବାକୁ ତ ପଡିବ ନିଶ୍ଚୟ
ଦିନେ ନିଜ ନିଜ ସ୍ଥାନ
ଜୀବକୁ ଯେ ବାର୍ତ୍ତା କରୁଛ ପ୍ରଦାନ
ଆହେ ପ୍ରଭୁ ନାରାୟଣ।

ତୁମେତ ଆସିବ ଶ୍ରୀମନ୍ଦିର ବିଭୁ
ଜୀବ ଯିବ ତୁମ ପାଶ
ଜୀବ ପାଇଁ ତୁମ ଚରଣ ନିବାସ
ଆହେ ପ୍ରଭୁ ପିତବାସ।

ତୁମେ ଲୀଳାଖେଳା ବଡଦାଣ୍ଡେ କଲ
ମନ୍ଦିରୁ ଆସି ବାହାରି
ଜୀବ ଲୀଳାଖେଳା କରୁଅଛି ବିଭୁ
ସଂସାର ଦାଣ୍ଡରେ ହରି ।

ତୁମେ ଲୀଳା ସାରି ବାହୁଡିଣ ଯିବ
ମୁହିଁ ବି ଯିବି ବାହୁଡି
ନବକଳେବର ହୋଇବ ତୁମେତ
ନୂତନ ଦେବେତ ଗଢି।

ପୂରାତନ ଦେହ ମୁହିଁବି ଛାଡିବି
ଦେବ ତୁମେ ନୁଆଁ ଜନ୍ମ
ନୂତନ ଶରୀର ଧାରଣ କରିବି
ମୁହିଁ ପ୍ରଭୁ ଭଗବାନ।

ନିଜ ପାଇଁ ଯାହା ନିୟମ କରିଛ
ମୋ ପାଇଁ କରିଛ ତାହା
ବାହୁଡାକୁ ମୋର ଡରନାହିଁ ପ୍ରଭୁ
ବଟ ସାହା ଚଉବାହା।

✍️ ବଟ କୃଷ୍ଣ ପଣ୍ଡା 

new life
You might also like
error: Content is protected !!