News
lipub
samparksetu

ପହିଲି ବର୍ଷା

ବର୍ଷର ପ୍ରଥମ ବର୍ଷା ଟୋପା ଯେବେ
ତ ଦେହେ ପଡ଼ିଲା ସାଥୀ,
କେତେ ଯେ ସୁନ୍ଦର ଲାଗୁଥିଲ ତମେ
ସତେକିବା ରାଜ ହଂସି ।

କୁମଳ ଦେହରେ ବରଷା ର ଛିଟା
ପଡୁଥିଲା ଯେତେ ଥର,
ଉଢ଼ଣି ରେ ତମେ ଦେହକୁ ତୁମର
ଢାଙ୍କୁ ଥିଲ ବାରମ୍ବାର।

ତଥାପି ଏଇ  ଅମାନିଆ ବରଷା
ବୁଝେ ନାହିଁ ସେଇ କଥା,
ପ୍ରତେକ ଟୋପା ରେ ଦେହକୁ ତୁମର
ଛୁଇଁ ଥାଏ ଏକା ଏକା।

ଜାଣି ମୁଁ ନଥିଲି ତୁମ ସାଥେ ମୋର
ଏମିତି ହେବ ବୋଲି ଦେଖା,
ବର୍ଷା ର ପାଗରେ ଗଛର ତଳରେ
ତୁମେ ଥିବ ବୋଲି ଏକା।

ଜଣା ନାହିଁ କେବେ ଏମିତିକା ଦିନ
ଆସିବ କି’ନା ଜୀବନେ,
ସେହିପରି ଦିନ ଏମନ ଖୋଜିବ
ପ୍ରତି ମୁହୁର୍ତ୍ତ ରେ ସତେ।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!