News
lipub
samparksetu

ମୋଟର ସାଇକେଲ ଦୁର୍ଘଟଣା ରେ ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ଠାରେ ସଡ଼କ ଦୁର୍ଘଟଣା l ଆଜି ରୋଡଙ୍ଗ ଗ୍ରାମ ର ରାମଚନ୍ଦ୍ର ଚନ୍ଦ୍ର ପ୍ରଧାନ (୪୮) କୌଣସି କାମ ପାଇଁ ବଟଗାଁ କୁ ଆସିଥିଲେ l

ରାମଚନ୍ଦ୍ର ତାଙ୍କ କାମସାରି ମୋଟର ସାଇକେଲ ରେ ତାଙ୍କ ନିଜ ଗ୍ରାମ ରୋଡଙ୍ଗ ଫେରୁଥିବା ସମୟରେ ବାଟଗାଁ ଠାରୁ କିଛି ଦୂର ଆସିଲା ପରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ରୋଡ଼ ସାଇଡଗାଡ଼ ରେ ପିଟି ହୋଇଯାଇଥିଲା ଏବଂ ସେ ଗାଡ଼ିରୁ କିଛି ଦୂର ଛିଟିକି ପଡ଼ିଥିଲେ l ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ରାମଚନ୍ଦ୍ର ଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ରାମଚନ୍ଦ୍ର ଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!