News
lipub
samparksetu

ହାତୀ ଆକ୍ରମଣରେ ଯୁବକ ଙ୍କ ଭାଙ୍ଗିଲା ହାତ !

ଗତ ୧୬ ତାରିଖ ରାତିରେ ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମ ର ଯୁଗଳ କିଶୋର ନାୟକ ୪୦ ବର୍ଷ ନାମକ ଯୁବକ ନିଜ ଗ୍ରାମ କୁ ଯାଉଥିବାବେଳେ ଗ୍ରାମ ନିକଟରେ ଏକ ବଣୁଆ ହାତୀ ହାବୁଡରେ ପଡି ଯିବା ରୁ ହାତୀ ଟି ଆକ୍ରମଣ କରିବାରୁ ଯୁଗଳ ଙ୍କ ବାମ ହାତ ଓ ମେରୁଦଣ୍ଡ ହାଡ଼ ଭାଙ୍ଗି ଗୁରୁତର ଆହତ ହୋଇ ଭୂବନେଶ୍ରର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ତେବେ ଯୁଗଳ ଗ୍ରାମ କୁ ଯିବା ପୂର୍ବରୁ ହାତୀଙ୍କ ଅବସ୍ଥିତ ସମ୍ପର୍କରେ ବନ କର୍ମଚାରୀଙ୍କୁ ପଚାରିବାରୁ ସେ ମହାଶୟ ହାତୀ ନଥିବା କହିଥିଲେ ।ବନ ବିଭାଗ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ଯୁବକ ହାତୀ ଆକ୍ରମଣରେ ଶିକାର ହେବାକୁ ପଡ଼ିଥିଲା । ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!