News
WhatsApp Image 2023-10-04 at 17.25.00
samparksetu

ପଣା ସଂକ୍ରାନ୍ତିର ବିଶେଷ ବ୍ୟଞ୍ଜନ ବେଲପଣା

ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ସ୍ୱାଦିଷ୍ଟ ବେଲ ପଣା ତିଆରି କରି ହେବ

ଘରେ ପଣା ତିଆରି କରିବାକୁ ଆବଶ୍ୟକୀୟ ସାମଗ୍ରୀ

୧. ଗୋଟିଏ ବଡ଼ ବେଲ, ୨-୪ଟି ପାଚିଲା କଦଳୀ, ୩. ଏକ କପ୍ କଟା ଆମ୍ବ ଖଣ୍ଡ ୪. ଏକ କପ୍ ମହୁ ୫. ଅଧ କପ ଦହି ୬. ୨୦୦ ଗ୍ରାମ୍ ଚିନି ବା ଗୁଡ଼ ୭. ଏକ କପ୍ ଚିପୁଡ଼ା ଛେନା ୮. ୨ଟି ଗୁଜୁରାତି, ୯. ଅଳ୍ପ କାଜୁବାଦାମ ୧୦. ଏକ କପ୍ ନଡ଼ିଆ କୋରା ୧୧. ଏକ ଚାମଚ ଗୋଲମରିଚ ଗୁଣ୍ଡ ।

ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ ଉକ୍ତ ବେଲ କୋରା, ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ମିକ୍ସରରେ ଗ୍ରାଇଣ୍ଡ୍ କରି ଦିଅନ୍ତୁ । ତା’ପରେ ତା’କୁ ଛାଣି ଗ୍ଲାସରେ ଭର୍ତ୍ତି କରନ୍ତୁ ଏବଂ ତା’ଉପରେ ନଡ଼ିଆ କୋରା, କାଜୁ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏବେ ବେଲ ପଣା ପ୍ରସ୍ତୁତ ହୋଇଗଲା । ଏବେ ତାକୁ ପରିବେଷଣ କରନ୍ତୁ ।

new life
You might also like
error: Content is protected !!