News
lipub
samparksetu

ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ନିଖୋଜ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ରୋଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରୋଡ ଗ୍ରାମ ନିକଟରେ ଯାଇଥିବା ବ୍ରାହ୍ମଣୀ ନଦୀକୁ ପ୍ରତ୍ୟେକ ଦିନ ପରି ଆଜି ସକାଳ ପ୍ରାୟ ୯ଘଟିକା ବେଳେ ଉକ୍ତ ଗ୍ରାମର ମୁରଲୀ ନାଏକଙ୍କ ପୁଅ ପରମା ନାଏକ (୩୦) ନାମକ ଯୁବକ ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ ।

ପୁଅର ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ନଦୀ କୂଳରେ ପହଞ୍ଚି ଖୋଜା — ଖୋଜି କରି ନିରାଶ ହେବାରୁ ଶେଷରେ ପରଜଙ୍ଗ ଅଗ୍ନିଶମ ସେବା କେନ୍ଦ୍ରକୁ ଜଣାଇଥିଲେ ,ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ପାଣିରେ ଖୋଜିବା ଆରମ୍ଭ କରିଦେଇଥିଲେ , କିନ୍ତୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ରିପୋର୍ଟ ଲେଖା ବେଳକୁ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ ।ତଥାପି ଗ୍ରାମବାସୀ ଏପର୍ଯ୍ୟନ୍ତ ନଦୀ କୂଳରେ ଖୋଜିବା ଜାରି ରଖିଛନ୍ତି ।

new life
You might also like
error: Content is protected !!