News
WhatsApp Image 2023-10-04 at 17.25.00
samparksetu

ଆଜିର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ବ୍ରେଡ ପକୋଡା

ବ୍ରେଡ ପକୋଡା ବନାଇବା ପାଇଁ  ଆବଶ୍ୟକୀୟ ସାମଗ୍ରୀ:   

୪ ଟି ବ୍ରେଡ ସ୍ଲାଇସ

୨  କପ ବେସନ

ଲୁଣ ସ୍ୱାଦ ଅନୁସାରେ

ଅଧା ଚାମଚ ଲଙ୍କା ଗୁଣ୍ଡ

ପାଣି ଦରକାର ଅନୁଯାୟୀ

ଗୋଟେ ଆଳୁ

ଅଧା ଚାମଚ ଲୁଣ ଓ ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟେ ପରେ ଗୋଟେ ବ୍ରେଡ ସ୍ଲାଇସ ରଖନ୍ତୁ  । ବ୍ରେଡର ମଝା ମଝି ସ୍ଥାନରେ ଷ୍ଟିଲର ଏକ ଗ୍ଲାସ ରଖି ଗୋଲାକାର କରି କାଟି ଦିଅନ୍ତୁ । ଅନ୍ୟ ପଟରେ ଆଳୁକୁ ଚକଟି ସ୍ଟାଫିଙ୍ଗ ପାଇଁ ସବୁ ଜିନିଷ ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଅନ୍ୟ ଏକ ପତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ଏକ ପେଷ୍ଟ ବନାନ୍ତୁ, ଏବେ ଆଳୁ ମିଶ୍ରଣରୁ ଟିକେ ଟିକେ ନେଇ ବ୍ରେଡ ସ୍ଲାଇସ ଭିତରେ ରଖି ଚାପି ଦିଅନ୍ତୁ । ଏବେ ମିଡିୟମ ଆଞ୍ଚରେ ତେଲ ଗରମ କରି ବ୍ରେଡକୁ ବେସନ ଘୋଳରେ ବୁଡାଇ ଛାଣି ଦିଅନ୍ତୁ ।  ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ ପକୋଡା ।

new life
You might also like
error: Content is protected !!