News
WhatsApp Image 2023-10-04 at 17.25.00
samparksetu

ଆଜି ରବିବାରରେ ଘରେ ବନାନ୍ତୁ ଷ୍ଟ୍ରିଟଫୁଡ଼ ଷ୍ଟାଇଲ ଚିକେନ୍ ଲଲିପପ

ଚିକେନ୍ ଲଲିପପ ପାଇଁ ଆବଶ୍ୟକ ସାମଗ୍ରୀ

୬ ପିସ୍‌ ଚିକେନ୍ ଖଣ୍ଡ
ଗୋଟିଏ ଅଣ୍ଡା (ଫେଣ୍ଟା ହୋଇଥିବା)
ଏକ କପ୍‌ କର୍ଣ୍ଣଫ୍ଲୋର
ଗୋଟେ ଚାମଚ ରସୁଣ ପେଷ୍ଟ
ଏକ ଚାମଚ ଅଦା ପେଷ୍ଟ
୧ ଚାମଚ ଲୁଣ
ଡିପ୍‌ ଫ୍ରାଏ କରିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ

ଚିକେନ ଲଲିପପ୍‌ ବନାଇବା ପାଇଁ ପ୍ରଥମେ ଚିକେନ, ଅଣ୍ଡା, କର୍ଣ୍ଣଫ୍ଲୋର, ଅଦା, ରସୁଣ ଏବଂ ଆବଶ୍ୟକ ଅନୁଯାୟୀ ପାତ୍ରରେ ପାଣି ପକାଇ ମିକ୍ସ କରିଦିଅନ୍ତୁ। ଯେମିତି ଚିକେନ ପିସ୍‌ ସବୁ ଏହି ଘୋଳରେ ବା ମିଶ୍ରଣରେ ସମ୍ପୂର୍ଣ୍ଣ ଭାବେ ମିଶିଯିବ।

ପାତ୍ରରେ ଏକ ଘଣ୍ଟା ପାଇଁ ଏହାକୁ ଛାଡି ଦିଅନ୍ତୁ। ଏବେ ତେଲକୁ ଗରମ କରନ୍ତୁ ଏବଂ ମ୍ୟାରିନେଟ ଚିକେନକୁ ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ପ୍ରଥମେ ଅଧିକ ଆଞ୍ଚରେ ଫ୍ରାଏ କରନ୍ତୁ ଏବଂ ପରେ ସ୍ଲୋ ଆଞ୍ଚରେ ଛାଣନ୍ତୁ। ଯେମିତି ଚିକେନ୍‌ ଭଲଭାବେ ଫ୍ରାଏ ହୋଇଯିବ।

ଏବେ ଏହାକୁ ପ୍ୟାନରୁ ବାହାର କରି ଆବଜର୍ବଭେଣ୍ଟ ପେପରରେ ରଖନ୍ତୁ। ସର୍ଭ କରିବା ପୂର୍ବରୁ ପୁଣିଥରେ ତେଲରେ ଫ୍ରାଏ କରି ଦିଅନ୍ତୁ। ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ୍‌ ଚିକେନ୍‌ ଲଲିପପ୍‌ ।

new life
You might also like
error: Content is protected !!