News
lipub
samparksetu

କୁସୁମୁଣ୍ଡିଆ ଗ୍ରାମରେ ମକର ଯାତ୍ରା ଧୁମଧାମ ରେ ପାଳିତ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ଧୁମଧାମ ରେ ମକର ମେଳା ପାଳିତ ହୋଇଯାଇଛି। ଏ ହେଉଛି ବହୁ ପୁରାତନ କାଳରୁ ମକର ମେଳା। ପ୍ରଭୁ ତ୍ରିନାଥ ଠାକୁରଙ୍କ ପୂଜା ଅର୍ଚ୍ଚନା କରି ପାଳନ କରାଯାଏ। ଦୂରଦୂରାନ୍ତରୁ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଆସିଥାନ୍ତି। ତାଳଚେର ସୁଲଡ଼ା, ଡେରା, ତେଣ୍ଟୋଲେଇ, ଏକଡାଳ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଆସି ପ୍ରଭୁଙ୍କ ତ୍ରିନାଥ ମେଳା ଆରମ୍ଭ କରିଥିଲେ।

ଏହି ମକର ଯାତ୍ରା ଦେଖିବାକୁ ଗାଁ ର ଆଖପାଖ ଅଞ୍ଚଳର ଲୋକ ମାନେ ଆସି ,ପ୍ରଭୁ ତ୍ରିନାଥ ଠାକୁରଙ୍କ ଦର୍ଶନ କରିବା ସହିତ ନାମ ସଙ୍କୀର୍ତ୍ତନ କୁ ଦେଖି ବେସ ଖୁସି ଅନୁଭବ କରିଥାନ୍ତି। ସନ୍ଧ୍ୟା ୭ ଘଟିକା ସମୟରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ଏହି ମକର ଯାତ୍ରା ହୋଇଥାଏ। ସକାଳ ୭ ଘଟିକା ସମୟରେ ଦୂରଦୂରାନ୍ତରୁ ଆସିଥିବା ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଗାଁ ର ଆଖପାଖ ଅଞ୍ଚଳରୁ ଦେଖି ଆସିଥିବା ଭକ୍ତ ମାନେ ପ୍ରସାଦ ସେବନ କରି ଗୃହକୁ ଫେରିଥାନ୍ତି।

new life
You might also like
error: Content is protected !!