News
lipub
samparksetu

ହାରି ହାରି ଯାଏ ଆଜି

ବୟସ ହଜିଛି  ଅୟସ ହଜିଛି
     ଧନ ବି ଯାଇଛି ହଜି
କୃତ କର୍ମର  ଫଳ ମୁଁ ଭୋଗୁଛି
      ହାରି ହାରି ଯାଏ ଆଜି

ସମ୍ପର୍କ ହଜିଛି  ବିବେକ ହଜିଛି
     ମନ ବି ଯାଇଛି ହଜି
ଆକାଶକୁ  ଚାହିଁ ଆଶଙ୍କା ରେ ଝୁରେ
     ଲୁହେ ଲୁହେ ଯାଏ ଭିଜି

ଯୌବନ ହଜିଛି ସପନ ହଜିଛି
   ନିଦ ବି ଯାଇଛି ହଜି
ଦିନ ରାତି ମୋର ବିତି ତ ଯାଉଛି
   ଅତୀତ କୁ ହେଜି ହେଜି

କଥାତ ହଜିଛି ଶପଥ ହଜିଛି
    ଚିନ୍ତା ବି ଯାଇଛି ହଜି
ଚାହିଁଲେ ପାଏନି ଇଚ୍ଛାରେ  ଯିବାକୁ
   ପଥ ଏକ ଖୋଜି ଖୋଜି

ସାହସ ହଜିଛି ପ୍ରୟାସ ହଜିଛି
    ଆଶା ବି ଯାଇଛି ହଜି
ବଞ୍ଚିବାର ମୋହ ମରି ମରି ଯାଏ
   ଅନ୍ଧକାରେ ଭିଜି ଭିଜି

ଲୋଭ, ସ୍ୱାର୍ଥ, ହିଂସା, ରାଗ, ଛଳ, ମାନ
    ସବୁ ହଜାଇଲା ପରେ
    କଲମକୁ ସାମ୍ନା କରେ
ଲଢ଼ିଛି, ଲଢ଼ୁଛି ମୁଁ ଆଜି
     ଲଢ଼ିବି ନିର୍ବିକାରେ.!!!!

✍️ଏଲୀ ଦାସ

new life
You might also like
error: Content is protected !!