News
lipub
samparksetu

ବାତ ରୁ ସନ୍ନିପାତ

ପାନ ଚାଷୀ ଯାଏ ଦାଦନ ଖଟାକୁ
ଧାନ ଚାଷୀ ମରେ ଦଉଡି ଦେଇ
କପା ଚାଷୀ ବିଷ ପିଇକି ଶୋଉଛି
ମକା ଚାଷୀ ହାତେ ଜାଳେ ତା ଜୁଇ

ବିରି ଚାଷୀ ବୁଲେ ବାରଓଳି ପିଣ୍ଡା
ମୁଗ ଚାଷୀ ଦିଏ ମୁଣ୍ଡରେ ହାତ
ହରଡ ଚାଷୀଙ୍କ ଅବସ୍ଥା ଖରାପ
ମାଣ୍ଡିଆ ଚାଷୀଙ୍କ ଅସରା ଦୁଃଖ

ତରଭୂଜ ଚାଷୀ ମାଗି ଖାଇଲେଣି
ଟମାଟର ଚାଷୀ ଖାଡା ଓପାସ
କନ୍ଦମୂଳ ଚାଷୀ ଆହାର କେନ୍ଦ୍ରରେ
ବାଇଗଣ ଚାଷୀ ମାଗନ୍ତି ଭିକ

ସାରୁ  ଚାଷୀଙ୍କୁ ସନ୍ନିପାତ ଜର
କଖାରୁ ଚାଷୀଙ୍କୁ  ଶୁଖିଲା କାଶ
ମୂଳା ଚାଷୀଙ୍କୁ ଠିଆ କିଳା ବାତ
ଆଳୁ  ଚାଷୀଙ୍କୁ  ପାଣି ବସନ୍ତ

ଆଖୁ ଚାଷୀଙ୍କଠିଁ ଅଚାଂଛିଆ ଖିଲ
କଦଳୀ ଚାଷୀଙ୍କି ଜଳ ଓଦର
ନଡ଼ିଆ ଚାଷୀଙ୍କୁ ଗଣ୍ଠିଶୁଳା ପୀଡା
ଗଞେଇ ଚାଷୀଙ୍କ ସତର ପନ୍ଦର

ଦୁଧ ଚାଷୀଙ୍କର ଟିକିଏ ସୁଧାର
ଅଣ୍ଡା ଚାଷୀଙ୍କର ପାଟିକି ହାତ
ମାଛ ଚାଷୀଙ୍କର ଚଳିବ ପ୍ରକାରେ
ମଦ ଚାଷୀଙ୍କର ଖାଲିଯା ଲାଭ

✍️  ମହେନ୍ଦ୍ର ନଂଦ

new life
You might also like
error: Content is protected !!