News
lipub
samparksetu

ତୁ ମତେ ଦେଇନୁ ଆଖି

ମୁଁ  ସିନା ତତେ ପାରୁନିରେ ଦେଖି
ଦେଇନୁ ମତେ ତୁ ଆଖି                 
ତୁ ଦେଖୁଚୁ ମତେ ବଡ଼ଦଣ୍ଡେ ତୋର    
ନିଇତି ସକାଳୁ ରାତି         ।।

ତୋ’ ନାଆଁ କହି ପତୋଉଛି ହାତ
ତୋହରି ଭକ୍ତଙ୍କ ପାଖେ
ଅନ୍ଧ ପରିଚୟେ ବନ୍ଧା ପକେଇଛି
ତୋ’ କ୍ଷେତ୍ରରେ ମୁଁ ମତେ   ।।

ବଂଚିଛି ଖାଲିଯା ଲେଖା ଆୟୁଷର
ପୁରେଇବା ପାଇଁ କଣ୍ଟ
ଦୟା ଗୋଟୋଉଛି ଉଣ୍ଡାଳି ଉଣ୍ଡାଳି
ମାରିବାକୁ ପେଟ ଭୋକ    ।।

ଦେଖୁଥିବୁ ସବୁ ଦେଉଳ ଭିତରୁ
ପରଖୁ ଥିବୁରେ ସତ      
ତତେ ଆଶ୍ରାକରି ପଡିଛି କାଳିଆ
ଖାଇ ଖରା ବର୍ଷା ଶୀତ     ।।

ବେଶୀ କିଛି ଆଉ ମାଗୁନି ତୁମକୁ
ଏତିକି ମୋ ପାଇଁ କର
ଆସ ମୋ ପାଖକୁ ଦେଖେ ଥରୁଟିଏ
ବଂଧୁ ହେଇ ବଂଧୁ ମୋର   ।।

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!