News
lipub
samparksetu

ଋତୁପର୍ଣ୍ଣା ଆଉ ମୁଁ

ବୈଶାଖ ର ଖରା ନଥିଲା
ତଥାପି ମୋ ମନ ଜଳୁଥିଲା..
ନଥିଲା ବର୍ଷା, ଶ୍ରାବଣ ର ହେଲେ ବି
ମୋ ଦେହ ଭିଜୁଥିଲା ।।

କୋଇଲି ଗାଉନଥିଲା ଗୀତ,
ଶୁଭୁନଥିଲା
ଝରଣା ର କୁଳୁ କୁଳୁ ନାଦ
ତଥାପି..
ଶିହରଣ ଖେଳୁଥିଲା
ପିଣ୍ଡ ରୁ ପ୍ରାଣ ଯାଏ ଅବିରତ ।।

ଏ କି ସମୟ???
ଏ କି ଋତୁ???
ପ୍ରଶ୍ନ ପରେ ପ୍ରଶ୍ନ ଉଦବେଳିତ କଲା ମତେ…
ରୁଣୁଝୁଣୁ ଶବ୍ଦ ରେ ବିଚଳିତ ମୁଁ…
ଅଥଚ ଚାରିଆଡେ ନିର୍ବାକ ନିଶବ୍ଦ ।।

ଜହ୍ନ କୁ ପଚାରିଲି….
ସେ ଚୁପ…
କଇଁ ବି ଚୁପ…
ଆକାଶ ର ତାରା ସବୁ ଚୁପିଚୁପି
ହସୁଥିଲେ….
ଲାଜେଇ ଯାଉ ଯାଉ…
ମୋ ସାମ୍ନାରେ ରେ ଦେଖିଲି..
ଋତୁପର୍ଣ୍ଣା….
ନଈ ଧାର ଭଳି ହସ ଚେନାଏ ଫିଙ୍ଗି
ମତେ କହୁଥିଲା….
ମୁଁ କାଳେ ପ୍ରେମ ରେ ପଡିଛି
ମୋ ଅଜାଣତେ….
ଆଉ ନୂଆ ନୂଆ ପ୍ରେମ ରେ ପଡିଲେ
ଏମିତି ତ ହୁଏ  ।।

             
ପ୍ରକାଶ ଚନ୍ଦ୍ର ରାଉତ

new life
You might also like
error: Content is protected !!