କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ଗାଁର ତଁଳାସାହିର ଜୈନିକ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଏହି ଗାଁ ର କଳୁ ବେହେରାଙ୍କ ମଝିଆ ପୁଅ ରାଜେଶ ବେହେରା ଗତ ୭ ତାରିଖ ଠାରୁ ନିଖୋଜ ଥିଲେ। ଏ ସମ୍ପର୍କରେ ତୁମୁସିଂଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ଆଜି ନିଖୋଜ ରାଜେଶଙ୍କ ମୃତଦେହ ଘରଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ଗଛରେ ଝୁଲୁଥିବା ଲୋକ ଦେଖିଥିଲେ।
ଯୁବକଙ୍କ ମୃତ୍ୟୁ ଦୁଇ ବା ତିନି ଦିନ ପୂର୍ବରୁ ହୋଇଥିବା ସନ୍ଦେହ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ ସମ୍ପର୍କୀୟ ଅଭିଯୋଗ ଏହାକୁ ଅଧିକ ଦୃଢୀଭୂତ କରୁଛି। ଏହି ଗାଁ ର ଜୈନିକ ଯୁବକଙ୍କ ସହ ମୃତ ଯୁବକ କାମ କରୁଥିବା ବେଳେ ନିଖୋଜ ଦିନ ମଧ୍ଯ ତାଙ୍କ ସହ ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି।
