ଢେଙ୍କାନାଳ ସହରରେ ମନୋରଞ୍ଜନର ମାଧ୍ୟମ ପାଲଟିଥିବା ସିନେମା ହଲ ଯୁଗ ଶେଷ ହୋଇଯାଇଛି । ସାମାଜିକ ଗଣମାଧ୍ୟମର ବହୁଳପ୍ରସାର ପରେ ଏବେ ସିନେମା ହଲ ଜମାନା ଶେଷହୋଇଯାଇଥିବା ବେଳେ ସେହି ସ୍ଥାନରେ କେଉଁଠି ମଲ ତ କେଉଁଠି ବିଦ୍ୟାଳୟ କାର୍ଯ୍ୟ କରୁଛି ।ଢେଙ୍କାନାଳ ସହରରେ ହେଉଥିବା ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ରେ ଏବେ ଢେଙ୍କାନାଳସହର ଜନସାଧାରଣଙ୍କୁ ଆକୃଷ୍ଟ କରିବା ଭଳି ମାଧ୍ୟମ ଆଉ ନାହିଁ ।
ରଜ,ରଥଯାତ୍ରା,ଲକ୍ଷ୍ମୀପୂଜା,ଦଶହରା ସହିତ ରବିବାର ଏବଂ ଛୁଟି ଦିବସକୁ ଆନନ୍ଦ ଉଲ୍ଲାସ ଏବଂ ମଉଜମଜଲିସ କରିବାର ମାଧ୍ୟମ ଆଉନାହିଁ । ମୁଖ୍ୟତଃ ଢେଙ୍କାନାଳ ବାସୀଙ୍କୁ ମନୋରଞ୍ଜନ ଯୋଗାଉଥିବା ମାଧ୍ୟମ ଗୁଡକି ମଧ୍ୟରେ ସିନେମା ହଲ ସମ୍ପୁର୍ଣ୍ଣ ଭାବରେବନ୍ଦ ହୋଇଯାଇଛି । ରଥଯାତ୍ରା ଏବଂ ରଜପର୍ବ ଅବସରରେ ହଜାର ହଜାର ଦର୍ଶକ ସକାଳୁ ଆସି ସହରରେ ଥିବା ଜଲାରାମ ସିନେମା,ମହାଲକ୍ଷ୍ମୀ ଏବଂ ଅମରନାଥ ହଲରେ ଭିଡ ଜମାଇବା ସହତି ସିନେମା ଦେଖି ଘରକୁ ଫେରନ୍ତି । ଲକ୍ଷ୍ମୀପୂଜା ସମୟରେ ମଧ୍ୟ ଲୋକମାନେ ସିନେମାର ମଜା ଉଠାଇବା ସହତି ଲକ୍ଷ୍ମୀପୂଜା ଦେଖି ତାର ମଜା ନେଇଥାନ୍ତି ।
ଏବେ କିନ୍ତୁ ଢେଙ୍କାନାଳ ସହରରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ନା ଅଛି ଦଶର୍କ ଙ୍କ ମନମୋହିବା ଭଳି ପାର୍କ ନା ଅନ୍ୟ କିଛି ମାଧ୍ୟମ । ସବୁଠାରୁ ପୁରୁଣା ସିନେମା ହଲ ମଧ୍ୟରେ ନାରାୟଣ ମିଶ୍ରଙ୍କ ହଲ ପରେ ଜଲାରାମ ସିନେମା ସବୁଠାରୁ ପୁରୁଣା। ସହରକୁ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଥିବ। ଜଲାରାମ ସିନେମା ଏବେ କିମ୍ବଦନ୍ତି ପାଲଟିଯାଇଛି । ଲକ୍ଷ ଲକ୍ଷ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା ସିନେମା ହଲ ଏବେ ବିଦ୍ୟାଳୟରେ ରୁପାନ୍ତରିତ ହୋଇଛି ।
ଗୋଟିଏ ଗୋଟିଏ ସିନେମା ମାସ ମାସ ଏପରିକି ସିଲଭର ଜୁବୁଲି ପାଳନ କରିଥିବା ସିନେମା ହଲ ତାର ସତ୍ତା ହରାଇଛି । ସେହିପରି ଅମରନାଥ ସିନେମା ହଲ ବ୍ୟବସାୟୀକ ପ୍ରତିଷ୍ଠାନ ଭାବରେ ପରିଣତ ହୋଇଥିବା ବେଳେ ମହାଲକ୍ଷ୍ମୀ ସିନେମା ରାସ୍ତା ସମ୍ପ୍ରସାରଣ ପରେ ତାଙ୍କୁ ଭାଙ୍ଗି ଦିଆଯାଇଛି ,ଯାହାକି ଏବେ ଭୂତ କୋଠିରେ ପରିଣତ ହୋଇଛି । ଏହି ହଲ ଗୁଡିକରେ ରଜ, ଦଶହରା, ଲକ୍ଷ୍ମୀପୂଜା , ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କୁ ପରିବାର ବର୍ଗ ସହତି ମନୋରଞ୍ଜନରା ଖୋରାକ ଯୋଗାଉଥିବା ବେଳେ ଏବେ ତାହା ଇତିହାସ ।
ଏହି ହଲ ଗୁଡ଼ିକରେ କୋଟି କୋଟି ଟଙ୍କାର ମେସିନ ଖତ ଖାଉଛି ଏହି ସିନେମା ହଲ ସହିତ ଜଡିତ କର୍ମଚାରୀ ମୂଲ ମଜୁରୀ ଲାଗୁଛନ୍ତି ତ କେଉଁଠି ଅନ୍ୟକାର୍ଯ୍ୟ କରି ପେଟ ପୋଷୁଛି । ପୋଷ୍ଟର ଲଗାଇବା ଠାରୁ ଆରମ୍ଭ କରି ଟିକେଟ କାଟିବା ମେସିନ ଚଳାଇବା,ଲୋକଙ୍କୁ ଠିକ ଭାବରେ ସିଟରେ ବସାଇବା ଭଳି କାର୍ଯ୍ୟ ସହତି ଦିନେମା ହଲ ନିକଟରେ ଚାଟ, ଗୁପଚପୁ , ପାନ,ଜଳଖିଆ ଦୋକାନ କରି ପରିବାର ପ୍ରତି ପୋଷଣ କରୁଥିବା ଏପରିକି ସିନେମା ଟିକେଟ କଳାବଜାରି କରି ପେଟ ପୋଷୁଥିବା ଲୋକମାନେ ନିଜର ପରିଚୟ ହଜାଇ ସାରିଛନ୍ତି ।
ସହରରେ ଥିବା ୪ଟି ସିନେମା ହଲ ବନ୍ଦ ପରେ ସହର ବାସୀ ତଥା ଗ୍ରାମାଞ୍ଚଳରୁ ସହରକୁ ମନୋରଞ୍ଜର ଖୋରାକ ପାଇଁ ଆଶା ରଖି ଯାଉଥିବା ଲୋକମାନଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ଆଉ ନାହିଁ ।
ବିଜ୍ଞାନ ପାର୍କ ଲୋକଙ୍କୁ ଆକୃଷ୍ଟ କରିପାରୁନଥିବା ବେଳେ ସହରରେ ଥିବା ଗାନ୍ଧୀ ପାର୍କରେ ମଧ୍ୟ ସେଭଳି ସୁବିଧା ନାହିଁ। ଫଳରେ ରଥଯାତ୍ରା ,ରଜ ଏବଂ ବିଭିନ୍ନ ପର୍ବପର୍ବାଣୀରେ ମନୋରଞ୍ଜନର ମାଧ୍ୟମ ଢେଙ୍କାନାଳ ରେ ହଜିଯାଇଛି ।
