News
lipub
samparksetu

ପୋଲିସ ଜାଲରେ ବନ୍ଧୁକ ବ୍ୟବସାୟୀ ,୫ ବନ୍ଧୁକ ସହିତ ଗୁଳି ଜବତ

ଢେଙ୍କାନା ସଦର ଥାନା ଛାଟିଆ ଗ୍ରାମରୁ ପୋଲିସ ଜଣେ ଚୋରା ବନ୍ଧୁକ ବ୍ୟବସାୟୀଙ୍କ ସହିତ ୫ଟି ବନ୍ଧୁକ ଏବଂ ଗୁଳି ଜବତ କରିଥିବାର ଜଣାପଡିଛି ।ଛାଟିଆ ଗ୍ରାମର ଜଣେ ଯୁବକ ବନ୍ଧୁକ ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ,ଖବର ପାଇ ପୋଲିସ ଏକ ଟିମ ଗଠନ କରି ଛାଟିଆ ଗ୍ରାମରେ ଚଢାଉ କରିଥିଲା ।

ଚଢାଉରେ ଗ୍ରାମର ରୋହତି ନାଏକଙ୍କ ନିକଟରୁ ୫ଟି ଚୋରା ରାଇଫଲ ଜବତ କରାଯିବା ସହିତ ଗୁଳି, ଗୋଟିଏ ମୋବାଇଲ ଫୋନ ଜବତ କରିଥିବାର ଜଣାପଡିଛି । ଏ ସଂକ୍ରାନ୍ତରେ ଥାନାରେ ୩୬୨/ ୨୨ୟଏୁ ସ ୨୫/୨୭ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରଖିଛି । ଏହି ବ୍ୟବସାୟ ସହିତ କେଉଁମାନେ ସଂପୃକ୍ତ ଏବଂ ସେ ବନ୍ଧକୁ କେଉଁଠାରୁ ଆଣି ବ୍ୟବସାୟ କରେ ତାକୁ ନେଇ ପୋଲସି ଖୋଳତାଡ ଆରମ୍ଭ କରିଛି ।

new life
You might also like
error: Content is protected !!