News
lipub
samparksetu

ମାଟିର ଗନ୍ଧ

ମା ମାଟି ମାତୃଭାଷା
ସବୁ ତ ଏଇଠି
ଭୁଲିବି କିପରି
ମୋ ଷଠି ଘର ଯେଉଁଠି ॥୧

ମା ମମତା ମାତୃଭୂମି
ସବୁତ ଏଇଠି
ଭୁଲିବି କିପରି
ହଜିଛି ମୋ ପିଲା ଦିନ ଯେଉଁଠି॥୨

ମା ମନ୍ଦିର ମା କୋଳ
ସବୁ ତ ଏଇଠି
ଭୁଲିବି କିପରି?
ହସ ଖେଳ ବିତିଛି ଯେଉଁଠି॥୩

ମା  ‍ମାଟିଖେଳ କାଠର କଣ୍ଢେଇ
ସବୁତ ଏତ ଏଇଠି
ଭୁଲିବି କିପରି?
କେତେ ଧୂଳି ହୋଇଛି ଯେଉଁଠି॥୪

ମା ମଳୟ ମକରନ୍ଦ
ସବୁତ ଏଇଠି
ଭୁଲିବି କିପରି?
ଯାହାର ପ୍ରଶ୍ବାସେ ବଂଚିଛି ଯେଉଁଠି॥୫

ମା ମାତା ଜନକ ଜନନୀ
ସବୁତ ଏଇଠି
ଭୁଲିବି କିପରି?
ଶରୀେର ପରିପୃଷ୍ଠ ହୋଇଛି ଯେଉଁଠି॥୬

ମଳୟ ମକରନ୍ଦ ସବୁତ ଏଇଠି
ଭୁଲିବି କିପରି?
ଯାହାର ପ୍ରଶ୍ବାସେ ବଂଚିଛି ଯେଉଁଠି॥୫

ମା ମ ରକ୍ତ ମ ହାଡ ମାଂସ
ତିଆରି ଏଇଠି
ଭୁଲିବି କିପରି?
ପୋଷକ ମୁଁ ପାଇଛି ଯେଉଁଠି॥୭

ମା ମଶାଣି ଆମ୍ବତୋଟା
ସବୁତ ଏଇଠି
ଭୁଲିବି କିପରି?
ସବୁତ ଏଇଠି
ଆରମ୍ଭ ଓ ଶେଷ ମୋ ଯେଉଁଠି॥୭

✍️ସନ୍ଦୀପ କୁମାର କର

new life
You might also like
error: Content is protected !!