News
lipub
samparksetu

ରାସ୍ତା ମରାମତି ଦାବିରେ ଗଛ ଲଗାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖିଲେ ବାଘମୁଣ୍ଡା ଗ୍ରାମବାସୀ

ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି , ପ୍ରଶାସନ କୁ ଯେତେ ଗୁହାରୀ କଲେ ବି କୌଣସି ସୁଫଳ ମିଳୁନାହିଁ ପୁଣି ସେହି ରାସ୍ତାରେ ବନ ବିଭାଗର ଟ୍ରାକ୍ଟର ଯାଇ ରାସ୍ତାକୁ କରୁଛି ଖରାପ ।

ଯାହାକୁ ନେଇ ଆଜି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗାଁର ଲୋକମାନେ ବନ ବିଭାଗ କର୍ମଚାରୀଙ୍କୁ ଗାଁ ପାଖ ଜଙ୍ଗଲରେ ରଖିଥିଲେ ।ସେମାନଙ୍କର ଦାବି ହେଲା ବାଘମୁଣ୍ଡା ଠାରୁ ଶୁଣ୍ଡିକାଟେଣି ଯାଏ ୪କିମି ରାସ୍ତା ଅତ୍ୟନ୍ତ ସୂଚନୀୟ ହୋଇ ପଡ଼ିଥିବା ବେଳେ ବାଘମୁଣ୍ଡା ଗ୍ରାମବାସୀ ମାନେ ନିଜସ୍ୱ ଉଦ୍ୟମରେ ମାଟି ମୋରମ ପକାଇ ରାସ୍ତକୁ ମରାମତି କରୁଛନ୍ତି ।ବିଦ୍ୟାଳୟ କୁ ଯାଉଥିବା ଛାତ୍ର ଛାତ୍ରୀ ଆଉ ମେଡ଼ିକାଲ ଯାଉଥିବା ଲୋକମାନେ ଅନେକ ହଇରାଣ ହେଉଛନ୍ତି

।ସେହି ରାସ୍ତା ଉପରେ ବନ ବିଭାଗର ଟ୍ରାକ୍ଟର ଯାଉଛି ଗଛ ନେଇକି ଜଙ୍ଗଲରେ ଲଗାଇବାକୁ ଯାହାଫଳରେ ରାସ୍ତା ଖରାପ ହୋଇଯାଉଛି ।ରାସ୍ତା ମରାମତି ଦାବିରେ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖି ଆନ୍ଦୋଳନ କରିଥିଲେ ଗ୍ରାମବାସୀ । ପରେ ମୁକ୍ତାପସୀ ବନପାଳ ଙ୍କ ବୁଝାସିଝା ଓ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା ।

new life
You might also like
error: Content is protected !!