ଶ୍ମଶାନ ଜୁଇରେ ଜଳିଗଲେ ଦୁଇ ଶବବାହକ ଏବଂ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଏ ଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାସିଂହ ଗାଁରେ । ଆଜି ସକାଳେ ଗାଁର ଅକ୍ଷୟ ବେହେରାଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା ।
ତାଙ୍କ ଶବକୁ ଗାଁ ଶ୍ମଶାନରେ ପୋଡିବା ପାଇଁ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଲୋକ ଶ୍ମଶାନକୁ ଯାଇଥିଲେ । ଶବ ପୋଡା ହେଉଥିବା ବେଳେ ବତାସିଂହ ଗାଁର କାଳିଆ ବେହେରା ଏକ କିରାସିନି ଜାରକୁ ଠିପି ନଖୋଲି ସିଧା ସଳଖ କିରାସିନି ସହିତ ଜଳୁଥିବା ଜୁଇ ଉପରକୁ ଫୋପାଡ଼ି ଦେଇଥିଲେ ।
ଫଳରେ କିରାସିନି ଜାରଟି ବ୍ଲାଷ୍ଟ ହୋଇଥିଲା । ଏବଂ ଏଥିରେ କାଳିଆ ବେହେରାଙ୍କ ସମେତ ଖଇରପଶି ଗାଁର ନିତ୍ୟାନନ୍ଦ ନାୟକ ଗୁରୁତର ହୋଇଥିଲେ । ଉଭୟେଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
