News
lipub
samparksetu

“ଦେହ”

ପଞ୍ଚଭୂତରେ ହୁଏ ଲୀନ

ସମୟକୁ କରି ସମର୍ପଣ

ବୃଦ୍ଧ ହେଉ ଅବା ଯୌବନ

ଦେହ ସର୍ବଦା ସମର୍ପିତ ଜୀବନ…….

ମୋ ଶବ୍ଦର ଅହଂକାରରେ

ଦେହ ରକ୍ତ ମାଂସ ଜୀବନ୍ତ

ନଥାଏ ବୟସର ପରିଧି

ଅବା ଜୀବନ ବସନ୍ତ ||

କଷାୟବସ୍ତ୍ରଧାରୀ ଜନ୍ମେ

କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ

କେଇଟା ଶୌକ କପଡ଼ାରେ

ଶରୀରଟା ଢାଙ୍କିଥାଏ

ମୋହମୟ ଏ ସଂସାରେ

ଶୂନ୍ୟ ଦେହ ଛାଡିଯାଏ ନଥାଏ ଆତ୍ମା

ନଥାଏ ଦେହରେ ବାସ୍ନା

ରହିଯାଏ ଖାଲି ସ୍ମୁତିର ଜ୍ୟୋସ୍ନା ……

ଦେହ ବିନା ମନ ଅଧୁରା ସ୍ଥାନ

ଦେହା ବିନା ସଂସାର ସୃଷ୍ଟିହୀନ

ଦେହ ବିନା ପେଟ ରହେନା ମାନ

ଏ ଦେହରେ ଅଛି ପଞ୍ଚ ଇନ୍ଦ୍ରିୟ କରଣ

ଦେହରେ ସୃଷ୍ଟି ସାତ ଚକ୍ରମାନ

ଜୀବଙ୍କ ସୃଷ୍ଟିରେ ଦେହ ମୂଲ୍ୟବାନ

ବିନା ଆତ୍ମାରେ ଦେହ ଅଟେ ଶୂନ୍ୟ

new life
You might also like
error: Content is protected !!